ଓଡିଶା

କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟସ୍ଥାନରେ ଖୋଲିବ ଧର୍ମାନୁଷ୍ଠାନ: ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ନେଇ ହାଇକୋର୍ଟରେ ହୋଇଥିବା ଆବେଦନକୁ ମିଳିଛି ଗ୍ରୀନ ସିଗନାଲ । ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ସହିତ ଅନ୍ୟ ମନ୍ଦିର ଖୋଲିବା ସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିଷ୍ପତ୍ତି ନେଇଛନ୍ତି । କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ଅନ୍ୟସ୍ଥାନରେ ଖୋଲିପାରିବ ମନ୍ଦିର । ଏନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମନ୍ଦିର ଖୋଲିଲେ ମଧ୍ୟ କୋଭିଡ୍‌ ଗାଇଡ୍ ଲାଇନ୍ ପାଳନ କରିବା ବାଧ୍ୟତାମୂଳକ ହେବ ।
ଶ୍ରୀମନ୍ଦିର ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ଏକାଧିକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ରାଜ୍ୟରେ ମନ୍ଦିର ଖୋଲିବା ନେଇ ତ୍ରିଲୋଚନ ରଥଙ୍କ ସମେତ କାକଟପୁର ମା’ ମଙ୍ଗଳାଙ୍କ ସେବକ ପ୍ରକାଶ ପଣ୍ଡା ଓ ଅନ୍ୟ ୧୫ ଜଣ ମାମଲା ଦାଖଲ କରିଥିଲେ । ଆଜି ଏହି ପ୍ରସଙ୍ଗରେ ହାଇକୋର୍ଟ ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମନ୍ଦିର ଓ ଧର୍ମାନୁଷ୍ଠାନଗୁଡିକ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ମନ୍ଦିର ଭିତରକୁ କୌଣସି ବାହାର ଲୋକ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଏହାକୁ ୪ ମାସ ପୂରି ଯାଇଛି । ଏହା ମଧ୍ୟରେ ସରକାର ଜିମ, ପାର୍କ, ମଲ, ମଦ ଦୋକାନକୁ ଖୋଲୁଥିବା ବେଳେ ଧର୍ମାନୁଷ୍ଠାନ ବନ୍ଦ ରଖିଛନ୍ତି । ଏହାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇ ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା ।

Related posts

ଟିଜିଟି ନିଯୁକ୍ତି ପାଇଁ ଆସନ୍ତା ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ

mahabharatanews

ବରୀ ବ୍ଲକରେ କୋଭିଡ ନିୟମକୁ ଫୁ, ସାମାଜିକ ଦୂରତା ନମାନି ଡଙ୍ଗାରେ ଯାଉଛନ୍ତି ଲୋକେ

mahabharatanews

ଆଜି ନବୀନଙ୍କୁ ଭେଟିବେ ସୌରଭ ଦାଦା 

mahabharatanews

Leave a Comment