ଲକ୍ଷ୍ନୌ: ନିର୍ଭୟା ଗଣଦୁଷ୍କର୍ମ ପରି ଜଘନ୍ୟ ଓ ନୃଂଶସ ଘଟଣାର ପୁଣି ହୋଇଛି ପୁନରାବୃତ୍ତି । ପୁଣି ନିର୍ଭୟା ସହ ହୋଇଥିବା ନିର୍ମମ ଘଟଣା ଘଟିଛି ଉତ୍ତର ପ୍ରଦେଶରେ । ଜଣେ ମହିଳାଙ୍କୁ ସମାନ ଢଙ୍ଗରେ ଗଣଦୁଷ୍କର୍ମ କରିବା ସହ ତାଙ୍କ ଗୁପ୍ତାଙ୍ଗରେ ରଡ ଭର୍ତ୍ତି କରିଛି ଦୁଷ୍କର୍ମକାରୀ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ମଧ୍ୟବୟସ୍କା ।
ମେଓ୍ୱାଲି ଗ୍ରାମରେ ରବିବାର ରାତିରେ ପୀଡିତା ଏକ ମନ୍ଦିରକୁ ବୁଲି ଯାଇଥିଲେ । ଘରକୁ ଫେରିବା ସମୟରେ ୩ ଜଣ ଯୁବକ ମହିଳାଙ୍କ ସହ ଗଣଦୁଷ୍କର୍ମ କରିବା ସହ ତାଙ୍କ ଗୁପ୍ତାଙ୍ଗରେ ଏକ ରଡ ଭର୍ତ୍ତି କରି ତାଙ୍କ ହତ୍ୟା କରି ତାଙ୍କ ମୃତଦେହକୁ ତାଙ୍କରି ଘର ଆଗରେ ଫିଙ୍ଗିଦେଇ ଚାଲିଯାଇଥିଲେ । ମୃତ୍ୟୁ ପୂର୍ବରୁ ଏହି ପାପିଷ୍ଠମାନେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି । ରିପୋର୍ଟ ଅନୁଯାୟୀ, ମହିଳାଙ୍କ ଗୋଡ ଭାଙ୍ଗିଯାଇଛି । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଲୁହା ରଡରେ ତାଙ୍କ ଗୁପ୍ତାଙ୍ଗରେ ଆଘାତ କରାଯାଇଛି, ଯେଉଁଥିରେ ତାଙ୍କ ପେଟ ଭିତରର ବିଭିନ୍ନ ଅଂଶ ନଷ୍ଟ ହୋଇଯାଇଛି । ଏଥିରେ ମହିଳାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କ ମୃତ୍ୟୁ ହୋଇଯାଇଛି । ପୁଲିସ ଘଟଣାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତଙ୍କ ମଧ୍ୟରେ ମନ୍ଦିରର ମହନ୍ତ ବାବା ସତ୍ୟନାରାୟଣ ରହିଛନ୍ତି । ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ମହନ୍ତଙ୍କ ସହଯୋଗୀ ଓ ଜଣେ ଡ୍ରାଇଭର ରହିଛନ୍ତି ।