ଓଡିଶା

ପୋଷ୍ଟ ମାଷ୍ଟରଙ୍କୁ ସମ୍ମାନିତ

ଅନୁଗୁଳ/ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମ ଅନ୍ତର୍ଗତ ବାଲିପଶି ଶାଖା ଡାକଘରରେ ବାର୍ଷିକ ଡାକଜୀବନ ବିମା ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଡିଭିଜନ ଡାକ ଅଧିକ୍ଷକ ଜଗଦୀଶ ଦାସ ମୁଖ୍ୟଅତିଥି, କଣିହାଁ ତହସିଲଦାର ପତିତପାବନ ଦେବତାଙ୍କୁ ସ୍ୱତନ୍ତ୍ର ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ତାଳଚେର ଉପଖଣ୍ଡ ଡାକ ନିରୀକ୍ଷକ ରମେଶ ପ୍ରଧାନ, ଅଭରସିୟର ଅଭୟ ମାଝି ଓ ବିଜୟ ଆଚାର୍ଯ୍ୟ, ବାଲିପଶି ସରପଞ୍ଚ ହାଡିବନ୍ଧୁ ସେଠି, ବରିଷ୍ଠ ନାଗରିକ ମଦନ ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।

ବାଲିପଶି ଶାଖା ଡାକଘର ପୋଷ୍ଟ ମାଷ୍ଟର ବୃନ୍ଦାବନ ସାହୁଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା। ଗଦାଶିଳା ଶାଖା ଡାକଘର ପୋଷ୍ଟ ମାଷ୍ଟରସ୍ମୃତି ରଞ୍ଜନ ପ୍ରଧାନ ସର୍ବାଧିକ ଡାକ ଜୀବନ ବୀମା ପଲିସ କରିଥିଲେ।ଏନେଇ ଶ୍ରୀମାନ ପ୍ରଧାନଙ୍କୁ ଏହି ଉତ୍ସବରେ ସ୍ୱତନ୍ତ୍ର ଅତିଥି ଦେବତା ସମ୍ମାନିତ କରିଥିଲେ। ଡାକ ସଞ୍ଚୟ ଯୋଜନା, ଜୀବନ ବୀମା, ପେନସନ, ଆଧାର କାର୍ଡ, ଆର୍ଥିକ ସାକ୍ଷରତା ଆଦି ବିଭିନ୍ନ ଯୋଜନା ଉପରେ ଏହି ଡାକମେଳାରେ ଲୋକଙ୍କୁ ଅବଗତ କରାଯାଇଥିଲା

Related posts

ବାହାନଗା ଷ୍ଟେସନ୍‌ରେ ସ୍ବାଭାବିକ ସ୍ଥିତି , ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ

mahabharatanews

ରାଜ୍ୟରେ ରହିଛି ପର୍ଯ୍ୟାପ୍ତ ଆଇସୋଲେସନ ୱାର୍ଡ: ଯୋଗୀ

mahabharatanews

ଛଟ୍ ପୂଜା ପାଇଁ ସ୍ୱତନ୍ତ୍ର ଟ୍ରେନ୍

mahabharatanews