ଓଡିଶା

୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ  ଟ୍ୱିନ ସିଟିବାସୀ 

(ଭୁବନେଶ୍ୱର) : ଦୀପାବଳି ପାଇଁ ଗାଁରୁ ସହର ସଜବାଜ ଆରମ୍ଭ କରୁଥିବା ବେଳେ ଏବେ ଆସିଛି ଏକ ଖୁସି ଖବର । ରାତି ୧୦ଟା ପରେ ଫୁଟିବନି ବାଣ । ଟ୍ୱିନ ସିଟିରେ ଦୀପାବଳି ଦିନ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି । ଟ୍ୱିନ୍ ସିଟିରେ ବାଣ ଫୁଟା ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ , ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦଯୁକ୍ତ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିପି କହିଛନ୍ତି । ଦୀପାବଳିରେ ଦୀପ ଜାଳି, ସବୁଜ ବାଣ ଫୁଟାଇବାକୁ ଅପିଲ୍ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅଗ୍ନିଶମ ଓ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଜାରି ନିର୍ଦ୍ଦଶାବଳୀରେ କୁହାଯାଇଛି- ପିଲାମାନେ ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ । ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି । ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ । ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ । ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ । ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ।

Related posts

କିଛି ଦିନ ହ୍ରାସ ପରେ  କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଅଭିବୃଦ୍ଧି 

mahabharatanews

ସାଲେପୁରରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ସଭା

mahabharatanews

ଗୁରୁ ଦିବସ ଊପଲକ୍ଷେ ଡ଼ଃ.ଅଚ୍ୟୁତ ସାମନ୍ତଙ୍କ ପାଇଁ ଆର୍ଟିକିଲ ଲେଖିଲେ ଛାତ୍ର

mahabharatanews