ହାଟଡିହି: ହାଟଡିହି ବ୍ଲକ ରମ୍ପାସ ପଞ୍ଚାୟତ ଟୁକୁଣା ପ୍ରାଥମିକ ବିଦ୍ୟାଳୟରେ ରବିବାର ଶିକ୍ଷକ ଭଗବାନ ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ବିଦାୟୀ ଶିକ୍ଷକ ଭଗବାନ ନାୟକଙ୍କ ଶିକ୍ଷା ଜୀବନର ଦୁଃଖ ସୁଖ ସାଙ୍ଗକୁ ନିଜ ହାତରେ ଗଢିତୋଳିଥିବା ଶିକ୍ଷକ ,ଡାକ୍ତର, ସାମ୍ବାଦିକ, ଇଞ୍ଜିନୟର, ସମାଜସେବୀ ଏପରିକି ମଣିଷ ତିଆରି କାରଖାନାର ସେ ଥିଲେ ପ୍ରକୃତ କାରିଗର। ଯାହାକି ଆଜି ସେହି ମଣିଷ ତିଆରି କାରଖାନାରୁ ବିଦାୟ ନେଲା ବେଳେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇ ପଡ଼ିଥିଲା । ଯାହା ଦ୍ଵାରା ସାଥୀ ଶିକ୍ଷକଙ୍କ ଉତ୍ସାହପୂର୍ଣ୍ଣ ସମ୍ବର୍ଦ୍ଧନା ଭାଷଣରେ ବିମୋହିତ ହୋଇ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରି ଛଳ ଛଳ ଆଖିରେ ସଭାରେ ଶାନ୍ତ ହୋଇ ବସି ରହିଥିଲେ ଭଗବାନ ସାର୍। ଏହି ବିଦାୟୀ ସଭାରେ କୁନି କୁନି ପିଲାମାନେ ଶିକ୍ଷକଙ୍କ ଶିକ୍ଷାଦାନ ଜୀବନରେ ଭାଷଣ ଦେଲା ବେଳେ ଆଖିରେ ଲୁହ ଜକେଇ ଆସୁଥିଏ। ଶେଷରେ ବିଦାୟୀ ଶିକ୍ଷକଙ୍କୁ ବିଦାୟ ଦେବାବେଳେ ମୁଖ୍ୟ ଅତିଥି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମଞ୍ଚରେ ଉପସ୍ଥିତ ଥିଲେ । ସଭାର ସଭାପତି ହରମୋହନ ପଣ୍ଡା, ମୁଖ୍ୟବକ୍ତା ଅଭୟ ବେହେରା, ସମ୍ମାନିତ ଅତିଥି ରବିନ୍ଦ୍ର ଯେନା, (ସରପଞ୍ଚ ବଡ଼ରମ୍ପାସ), ଧନେଶ୍ୱର ଖଣ୍ଡେଇ ଓ ସୁରେଶ ଯେନା (ଦୁଇ ଉପଶିକ୍ଷା ଅଧିକାରୀ ହାଟଡ଼ିହି) ବାବନ ଚରଣ ସେଠୀ ସମିତିସଭ୍ୟ ବଡ଼ରମ୍ପାସ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବାବେଳେ ନାରାୟଣ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
previous post
