(ତେଲେଙ୍ଗାନା) : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ରେୱନ୍ତ ରେଡ୍ଡୀ ର । ଏହାସହ ସେ ତେଲେଙ୍ଗାନାର ପ୍ରଥମ କଂଗ୍ରେସ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି। କଂଗ୍ରେସ ନେତା ଭଟ୍ଟୀ ବିକ୍ରମାର୍କ ମଲ୍ଲିକ ଡେପୁଟି ସିଏମ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ୍ୟପାଳ ଶପଥ ଗ୍ରହଣ କରାଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ନେତା ସୋନିଆ ଗାନ୍ଧି, କେସି ଭେନୁଗୋପାଲ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।
ସୂଚନାନୁଯାୟୀ , ସେହିପରି ପେବନ୍ଥ ରେଡ୍ଡୀଙ୍କ ସହ ୧୧ ଜଣ ମନ୍ତ୍ରୀଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି । କରର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପ ମୁଖ୍ୟମନ୍ତ୍ରୀ ଡି ଶିବକୁମାର ଏବଂ କଂଗ୍ରେସର ବହୁ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ତେଲେଙ୍ଗାନ ଗଠନ ପରେ ପ୍ରଥମ ଥର କଂଗ୍ରେସ କ୍ଷମତାକୁ ଆସିଛି । ଏହା ପୂର୍ବରୁ ବିଆରଏସ ଥିଲା କ୍ଷମାତାରେ ।ସେ ୫୪ ବର୍ଷୀୟ ରେବନ୍ଥ ରେଡ୍ଡୀ ଯୁବବସ୍ଥାରୁ ରାଜନୀତିରେ ପ୍ରବେଶ କରିଥିଲେ । ଛାତ୍ର ଥିବା ସମୟରେ ସେ ଏବିଭିପି ସହ ଜଡିତ ଥିଲେ । ସେହିପରି ୨୦୦୬ରେ ସ୍ୱାଧୀନ ପ୍ରାର୍ଥୀ ଭେବେ ସେ ଜିଲ୍ଲା ପରିଷଦ ନିର୍ବାଚନ ଲଢି ଜିତିଥିଲେ ।