ଭାରତ

ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରଙ୍କୁ ଦିଆଗଲା ଭାତ ସହ ଲଙ୍କାଗୁଣ୍ଡ

ହାଇଦ୍ରାବାଦ: ତେଲଙ୍ଗାନାର ନିଜାମାବାଦ ଜିଲା କୋଥାପାଲି ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନରେ କେବଳ ଚିଲି ପାଉଡର ଏବଂ ତେଲରେ ମିଶ୍ରିତ ଭାତ ପରସାଯାଉଥିବା ଏକ ମାମଲା ପଦାକୁ ଆସିଛି।

ଏହା ଖାଇବା ପରେ କେତେକ ଛାତ୍ରୀଛାତ୍ର ପେଟ ଯନ୍ତ୍ରଣା ଅନୁଭବ କରିବା ସହ ଅସୁସ୍ଥ ହୋଇପଡ଼ିଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ନିଜାମାବାଦ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଉକ୍ତ ଘଟଣାକୁ ନେଇ ରାଜ୍ୟରେ ବିରୋଧୀ ଭାରତ ରାଷ୍ଟ୍ରୀୟ ସମିତି (ବିଆର୍‌ଏସ୍‌)ରେବନ୍ତ ରେଡ୍ଡୀ ସରକାରଙ୍କୁ ଟାର୍ଗେଟ କରିଛି। ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଭାତ ସହ ଲଙ୍କା ଗୁଣ୍ଡ ପରସା ଯାଇଥିବାର ଏକ ଫଟୋକୁ ରାଜ୍ୟର ପୂର୍ବତନ ସ୍ବାାସ୍ଥ୍ୟ ମନ୍ତ୍ରୀ ତଥା ବିଆର୍‌ଏସ୍‌ ନେତା ହରିଶ୍‌ ରାଓ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଏକ୍ସ’ରେ ପୋଷ୍ଟ କରିଛନ୍ତି, ଯାହା ବେଶ୍‌ ଭାଇରାଲ ହୋଇଛି।

ରାଜ୍ୟ ସରକାରଙ୍କ ଚରମ ଅବହେଳା ଯୋଗୁ ଛାତ୍ରୀଛାତ୍ରଙ୍କ ଜୀବନ ବିପଦରେ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ ପିଲାମାନଙ୍କୁ ଗୁଣାତ୍ମକ ଖାଦ୍ୟ ଯୋଗାଇବାରେ କଂଗ୍ରେସ ସରକାର ବିଫଳ ହୋଇଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ କେ.ଟି. ରାମା ରାଓ କହିଛନ୍ତି। ତୁରନ୍ତ ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟର ସ୍ଥିତି ସମୀକ୍ଷା କରିବାକୁ ସେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ପରାମର୍ଶ ଦେଇଛନ୍ତି।

Related posts

ଭାରତ ତରଫରୁ ନାଦେଲାଙ୍କୁ ପଦ୍ମଭୂଷଣ ସମ୍ମାନ

mahabharatanews

ବଙ୍ଗଳା ଖାଲି କରିବେ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା

mahabharatanews

ଗେରୁଆ ରଙ୍ଗରେ ଦୂରଦର୍ଶନ ଲୋଗୋ

mahabharatanews

Leave a Comment