ଓଡିଶା

ଦୁର୍ଘଟଣାରେ ନାବାଳିକା ମୃତ, ରାସ୍ତା ଅବରୋଧ

(ସର୍ବେଶ୍ୱର ପାତ୍ର/ମହାଭାରତ)କାମାକ୍ଷାନଗର: ପିକଅପ ଗାଡି ଧକ୍କାରେ ୧୫ ବର୍ଷର ନାବାଳିକା ମୃତ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡପଳାଶୁଣି ଛକ ନିକଟରେ ଆଜି ସକାଳୁ ଦୁର୍ଘଟଣା ଘଟିଛି।ମୃତକ ଗଡପଳାଶୁଣି ଗାଁର ଅଲେଖ ନାୟକଙ୍କ ୧୫ ବର୍ଷିୟ ଝିଅ ଲିଜା ନାୟକ। ସେ ଆଜି ସକାଳେ ଗାଧୋଇବା କୁ ରାସ୍ତା ପାର ହୋଇ ପୋଖରୀକୁ ଯାଉଥିବା ସମୟରେ ତାଙ୍କୁ ଗାଡି ଧକ୍କା ଦେଇ ପଳାଇଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ କ୍ଷତିପୂରଣ ଦାବି ରେ ସ୍ଥାନୀୟ ଲୋକ ହନୁମାନ ଛକରେ ଟାୟାର ଜାଳି ପରଜଙ୍ଗ-ତେଲକୋଈ ରାସ୍ତା ଅବୋରଧ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।ମହାବିରୋଡ଼ ଫାଣ୍ଡି ଅଧିକାରୀ ବିନୟ ସାହୁ ଙ୍କୁ ଅଟକ ରଖିଛନ୍ତି ।

Related posts

କଲେଜ ନ ଯାଇ ଦରମା ନେବା ଦୁର୍ନୀତି କି?

mahabharatanews

୨ ଘଣ୍ଟା ୮ ମିନିଟ୍ ବଜେଟ ପଢ଼ି ରେକର୍ଡ କଲେ ମୁଖ୍ୟମନ୍ତ୍ରୀ

mahabharatanews

ରଗବୀ ଆସୋସିଏସନର ଖେଳାଳୀଙ୍କୁ ଶୁଭେଚ୍ଛାର ସୁଅ ଛଟୁଛି

mahabharatanews