ଓଡିଶା

ଦୁର୍ଘଟଣାରେ ନାବାଳିକା ମୃତ, ରାସ୍ତା ଅବରୋଧ

(ସର୍ବେଶ୍ୱର ପାତ୍ର/ମହାଭାରତ)କାମାକ୍ଷାନଗର: ପିକଅପ ଗାଡି ଧକ୍କାରେ ୧୫ ବର୍ଷର ନାବାଳିକା ମୃତ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡପଳାଶୁଣି ଛକ ନିକଟରେ ଆଜି ସକାଳୁ ଦୁର୍ଘଟଣା ଘଟିଛି।ମୃତକ ଗଡପଳାଶୁଣି ଗାଁର ଅଲେଖ ନାୟକଙ୍କ ୧୫ ବର୍ଷିୟ ଝିଅ ଲିଜା ନାୟକ। ସେ ଆଜି ସକାଳେ ଗାଧୋଇବା କୁ ରାସ୍ତା ପାର ହୋଇ ପୋଖରୀକୁ ଯାଉଥିବା ସମୟରେ ତାଙ୍କୁ ଗାଡି ଧକ୍କା ଦେଇ ପଳାଇଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ କ୍ଷତିପୂରଣ ଦାବି ରେ ସ୍ଥାନୀୟ ଲୋକ ହନୁମାନ ଛକରେ ଟାୟାର ଜାଳି ପରଜଙ୍ଗ-ତେଲକୋଈ ରାସ୍ତା ଅବୋରଧ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।ମହାବିରୋଡ଼ ଫାଣ୍ଡି ଅଧିକାରୀ ବିନୟ ସାହୁ ଙ୍କୁ ଅଟକ ରଖିଛନ୍ତି ।

Related posts

ଯାଜପୁର ଦୁଇ ଆଞ୍ଚଳିକ ପରିବହନ ଅଧିକାରଙ୍କୁ କାରଣ ଦର୍ଶାଅ ନୋଟିସ

mahabharatanews

ଧାମନଗରରେ ହାରିବା ଭୟରେ ରକ୍ତମୁଖା ହୋଇଛି ବିଜେପି

mahabharatanews

ମହାପ୍ରଭୁଙ୍କ ବନକଲାଗି ନୀତି; ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ 

mahabharatanews