ଓଡିଶା

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

(ତାରାକାନ୍ତ ନାୟକ,ସାଲେପୁର): କଟକ ଜିଲ୍ଲା ମାହାଙ୍ଗା ଥାନା ହଂସଦିଆ ଠାରେ ଏକ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘରୁ ନିଜ ଚାକିରି କ୍ଷେତ୍ର କୁ ବାଇକ୍ ଯୋଗେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କିଶନ ନଗର ଥାନା କୂଳସମିତାଙ୍ଗ ଗାଁର ସୋମ୍ୟରଞ୍ଜନ ଲେଙ୍କା। ସେ ଯାଜପୁରର ଏକ ସିମେଣ୍ଟ କାର୍ଖାନାରେ କାମ କରୁଥିବା ଜଣାଯାଇଛି । ଆଜି ବାଇକ୍ ଯୋଗେ କାରଖାନାକୁ ଯାଉଥିବା ବେଳେ ଦୂର୍ଘଟଣା ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାହାଙ୍ଗା ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି ।

Related posts

ମା ସମଲେଶ୍ୱରୀ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

mahabharatanews

କଟକ ବଡ଼ ମେଡିକାଲରେ ସିକ୍ୟୁରୀଟି ଗାର୍ଡ ଚଳାଇଛନ୍ତି ତାଲିବାନ ଶାସନ: କାର୍ୟ୍ୟାନୁଷ୍ଠାନ ଦାବି

mahabharatanews

ମାଓବାଦୀଙ୍କ ତାଣ୍ଡବ : ଜାଳିଦେଲେ ୧୪ଗାଡ଼ି    

mahabharatanews