ଭାରତ

ଦେଶରେ ଉଦଘାଟନ୍ ହେଲା ନିଯୁକ୍ତି ମେଳା

ନୂଆଦିଲ୍ଲୀ: ଦେଶରେ ଯୁବକମାନଙ୍କୁ ଦୀପାବଳି ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କଲେ ନିଯୁକ୍ତି ମେଳା । ଯାହା ଅଧୀନରେ ୭୫ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯିବ । ଯୁବକମାନଙ୍କୁ ୩୮ଟି ମନ୍ତ୍ରଣାଳୟ ଏବଂ ବିଭିନ୍ନ ସରକାରୀ ବିଭାଗରେ ଚାକିରି ଦିଆଯିବ ।ବିଶେଷ କରି ପ୍ରତିରକ୍ଷା ,ରେଳ,ଗୃହ, ଡାକ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଣାଳୟ, କଷ୍ଟମ, ବ୍ୟାଙ୍କିଂ ଏବଂ ସିବିଆଇ ଭଳି ପ୍ରମୁଖ କ୍ଷେତ୍ରରେ ନିଯୁକ୍ତି ଦିଆଯିବ ।ଦେଶର ଯୁବବର୍ଗଙ୍କୁ ନିଯୁକ୍ତି ଦେବା ସହ ଆଗାମୀ ପିଢିକୁ ନୂଆ ଦିଗଦର୍ଶନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ରୋଜଗାର ମେଳାର ଉଦଘାଟନ କରିଛନ୍ତି । ଏହି ନିଯୁକ୍ତି ମେଳାରେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଯୋଗାଇବାର ଲକ୍ଷ୍ୟ ରଖାଯାଇଛି ।
ସୂଚନାଅନୂଯାୟୀ,ଏହି କାର୍ଯକ୍ରମରେ ବିଭିନ୍ନ ସହରର କେନ୍ଦ୍ରମନ୍ତ୍ରୀମାନେ ସାମିଲ ହୋଇଛନ୍ତି । ନିଯୁକ୍ତି ମେଳାର ଶୁଭାରମ୍ଭ କରି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ମୋଦି ଆହୁରିମଧ୍ୟ କହିଛନ୍ତି ଯେ, ସମୟ ସମୟରେ ରୋଜଗାର ମେଳାର ଆୟୋଜନ କରାଯିବ । ଯାହା ଦେଶର ଯୁବପିଢିଙ୍କୁ ରୋଜଗାର ଦେଇ ସ୍ୱାବଲମ୍ବୀ କରିବ । ଏହା ସହ ଦେଶ ଭାରତ ଆଜି ବିଶ୍ୱର ପଞ୍ଚମ ସ୍ଥାନରେ ବୃହତ ଅର୍ଥନୀତି ହୋଇପାରିଛି ବୋଲିି କହିଛନ୍ତି ପ୍ରଧାନମନ୍ତ୍ରୀ । ୮ ବର୍ଷ ମଧ୍ୟରେ ଭାରତ ୧୦ମ ସ୍ଥାନରୁ ୫ ମ ସ୍ଥାନକୁ ଉଠିପାରିଛି । ତେବେ ୫ଜି ଆସିବାପରେ ଦେଶରେ ରୋଜଗାର ବଢିବ ବୋଲି ପ୍ରାଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ।
ତେବେ ଏହି ନିଯୁକ୍ତି ମେଳା ଚାକିରି ଅପେକ୍ଷାରେ ଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ । ପ୍ରଧାନମନ୍ତ୍ରୀ ଜୁନ୍ ମାସରେ ସମସ୍ତ ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ବିଭାଗର ସମୀକ୍ଷା କରିଥିଲେ । ଏହାପରେ ଆସନ୍ତା ଦେଢ ବର୍ଷ ମଧ୍ୟରେ ସରକାର ମିଶନ୍ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ସେଭଳି ଓଡିଶାରେ ମଧ୍ୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଭ୍ୱବନେଶ୍ୱରର ଏକ ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗ ଦେଇ ୨୩୯ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । କଟକରେ ମଧ୍ୟ ଏକ ନିଯୁକ୍ତି ମେଳା ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅଥିତି ଭାବେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇ ୧୦୫ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

Related posts

ସେନା ଗୁଳିରେ ୪ ଆତଙ୍କବାଦୀ ନିହତ 

mahabharatanews

ଏନଡିଏ ଭର୍ସେସ ଇଣ୍ଡିଆ

mahabharatanews

ଆଜି ତେଜସ୍ଵୀଙ୍କୁ ପଚରାଉଚରା କରିବ ଇଡି 

mahabharatanews