ବିଶ୍ୱଭାରତ

ମୋଦିଙ୍କୁ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର’ ସମ୍ମାନ

(ଦିଲ୍ଲୀ) : ମୋଦିଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର ସମ୍ମାନ। ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି। ଏହି ଅର୍ଡର ଅଫ୍ ଅନର ୧୯୭୫ ମସିହାରେ ସ୍ଥାପିତ ହୋଇଥିଲା ।

ସୂଚନାନୁଯାୟୀ,ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର ଗ୍ରୀସର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରନ୍ତି, ଯେଉଁମାନେ ସେମାନଙ୍କର ଉଲ୍ଲେଖନୀୟ ପଦବୀ କାରଣରୁ ଗ୍ରୀସର ମର୍ଯ୍ୟାଦା ବୃଦ୍ଧି କରିବାରେ ଅବଦାନ ଦେଇଥାନ୍ତି । ଅନରର  ପ୍ରଶଂସାପତ୍ରରେ କୁହାଯାଇଛି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ  ଭାରତୀୟ ବନ୍ଧୁମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Related posts

ଅକ୍ଟୋବର ୧୨ ବିଶ୍ୱ ଗଣ୍ଠିବାତ ଦିବସ

mahabharatanews

ଏହି ଗୀତ ପାଇଁ ୫ ବର୍ଷ ହେବ ଫିଜିଓ‌ଥେରାପି କରାଉଛନ୍ତି ନୋରା 

mahabharatanews

୨୦୦୦ ଟଙ୍କା ନୋଟ୍ ନେବାକୁ ମନା କରିପାରିବେନି ଦୋକାନୀ; ଆରବିଆଇ ଗଭର୍ଣ୍ଣର

mahabharatanews