(ମୁମ୍ବାଇ) : କିଙ୍ଗ୍ ଖାନଙ୍କ ନକଲ କରୁଥିବାର ଦେଖି ହସି ହସି ଗଡିଗଲେ ସଲମାନ ଖାନ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ଜଣେ ବ୍ୟକ୍ତିଙ୍କର ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନାନୁଯାୟୀ , ନିକଟରେ ଏହି ବ୍ୟକ୍ତି ଜଣକ ସଲମାନ ଖାନଙ୍କୁ ଭେଟିଥିଲେ, ଭାଇଜାନ ମଧ୍ୟ ତାଙ୍କ ଏପରି ଅନ୍ଦାଜ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ଯେପରି ସଲମାନଙ୍କ ସାମ୍ନାରେ ଡାଇଲଗ୍ କହିବା ଆରମ୍ଭ କଲେ ଦବଙ୍ଗ ଖାନ ନିଜ ହସ କଣ୍ଟ୍ରୋଲ କରିପାରି ନଥିଲେ । ସଲମାନ ଖାନଙ୍କ ସହ ବ୍ୟକ୍ତି ଜଣକ ଭିଡିଓ ବନାଇବା ପାଇଁ ଚେଷ୍ଟା କରୁଛନ୍ତି ହେଲେ ସଲମାନ ବାରମ୍ବାର ହସିବା କାରଣରୁ ସେ ଭିଡିଓ ବନାଇବାରେ ବିଫଳ ହୋଇଛନ୍ତି । ଉଭୟଙ୍କ ଏହି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।