ମନୋରଞ୍ଜନ

ନକଲି କିଙ୍ଗ୍ ଖାନଙ୍କୁ ଦେଖି  ହସି ହସି ବେଦମ ଭାଇଜାନ  

(ମୁମ୍ବାଇ) : କିଙ୍ଗ୍ ଖାନଙ୍କ ନକଲ କରୁଥିବାର ଦେଖି ହସି ହସି ଗଡିଗଲେ ସଲମାନ ଖାନ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ଜଣେ ବ୍ୟକ୍ତିଙ୍କର ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁଯାୟୀ , ନିକଟରେ ଏହି ବ୍ୟକ୍ତି ଜଣକ ସଲମାନ ଖାନଙ୍କୁ ଭେଟିଥିଲେ, ଭାଇଜାନ ମଧ୍ୟ ତାଙ୍କ ଏପରି ଅନ୍ଦାଜ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ଯେପରି ସଲମାନଙ୍କ ସାମ୍ନାରେ ଡାଇଲଗ୍ କହିବା ଆରମ୍ଭ କଲେ ଦବଙ୍ଗ ଖାନ ନିଜ ହସ କଣ୍ଟ୍ରୋଲ କରିପାରି ନଥିଲେ । ସଲମାନ ଖାନଙ୍କ ସହ ବ୍ୟକ୍ତି ଜଣକ ଭିଡିଓ ବନାଇବା ପାଇଁ ଚେଷ୍ଟା କରୁଛନ୍ତି ହେଲେ ସଲମାନ ବାରମ୍ବାର ହସିବା କାରଣରୁ ସେ ଭିଡିଓ ବନାଇବାରେ ବିଫଳ ହୋଇଛନ୍ତି । ଉଭୟଙ୍କ ଏହି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Related posts

୭୦କୋଟିର ଘର କିଣି ଚର୍ଚ୍ଚାରେ ବଲିଉଡ ଅଭିନେତା ଜନ୍ ଆବ୍ରାହମ୍

mahabharatanews

ବାସନ୍ଦ ହେଲେ ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର

mahabharatanews

କ୍ଷମା ମାଗିଲେ ଫେରାର ଥିବା ଅଭିନେତା ମନସୁର ଅଲି ଖାନ୍

mahabharatanews