(ମୁମ୍ବାଇ) : ବଲିଉଡ ସୁପରଷ୍ଟାର ସଲମାନ ଖାନ ଟେଲିଭିଜନ୍ ଜଗତରେ ମଧ୍ୟ ବେଶ୍ ସଫଳତା ହାସଲ କରିଛନ୍ତି । ହିନ୍ଦୀ ସିନେମାର ଭାଇଜାନ ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠୁ ବଡ ରିଆଲିଟି ସୋ ‘ବିଗ୍ ବସ୍’ର ହୋଷ୍ଟ ଦୀର୍ଘ ଦିନ ହେବ କରିଆସୁଛନ୍ତି । ବିଗ୍ ବସ ଓଟିଟିକୁ ମଧ୍ୟ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଡବଲ୍ ଖୁସି ଖବର କାରଣ ଏଥର ‘ବିଗ୍ ବସ୍ OTT 2’ ମଧ୍ୟ ସଲମାନ ଖାନ ହିଁ ହୋଷ୍ଟ କରିବେ ।
#SalmanKhan d host iz back vt #BiggBossOTT2. The promo iz here..🔥 pic.twitter.com/dbhSnO8tqD
— Being kundan Singh. (@KundanS95006041) May 25, 2023
ସୂଚନାନୁଯାୟୀ , ଏହି ପ୍ରମୋରେ ସଲମାନ ଖାନ ବେଶ୍ ଷ୍ଟାଇଲିଷ୍ଟ ଲୁକରେ ନଜର ଆସୁଛନ୍ତି । ପ୍ରମୋ ଭିଡିଓରେ ଷ୍ଟ୍ରିମିଂ ପାର୍ଟନର ମଧ୍ୟ ପ୍ରକାଶ ପାଇଛି । ପ୍ରୋମୋ ରିଲିଜ୍ ହେବା ମାତ୍ରେ ପ୍ରଶଂସକଙ୍କ ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି । ଆଉ ଏଥର ସଲମାନ ଓଟିଟି ଦୁନିଆରେ ମଧ୍ୟ ରାଜ୍ କରିବା ପାଇଁ ହୋଇସାରିଛନ୍ତି ପ୍ରସ୍ତୁତ ।