(ମୁମ୍ବାଇ) : ସଲମାନ ଖାନଙ୍କ ଫିଲ୍ମ ଟାଇଗର-୩କୁ ଦର୍ଶକ ଅପେକ୍ଷା କରିଛନ୍ତି । ତେବେ ଦୀପାବଳି ଅବସରରେ ସଲମାନ ଖାନ ନିଜ ଫ୍ୟାନ୍ସଙ୍କୁ ଟାଇଗର-୩ ଭେଟିଦେବା ପାଇଁ ଯାଉଛନ୍ତି । ଯେଉଁଥିରେ ସଲମାନଙ୍କର ଜବରଦସ୍ତ ଆକ୍ସନ ଦେଖିବା ପାଇଁ ମିଳିବ । ଟାଇଗର-୩ ର ରୋମାଞ୍ଚକ ଟିଜର ରିଲିଜ୍ ହୋଇଯାଇଛି । ଟିଜରରେ ସଲମାନ ଖାନଙ୍କ ଲୁକ୍, ଆକ୍ସନ ସବୁ କିଛି ଦର୍ଶକଙ୍କୁ କରୁଛି ମତୁଆଲା ।
ସୂଚନାନୁଯାୟୀ , ବଡ଼ ପରଦାରେ ପୁଣି ଏକାଠି ନଜର ଆସିବେ କ୍ୟାଟ୍ରିନା ଏବଂ ସଲମାନ ଖାନ । ସଲମାନ ଖାନଙ୍କ ଦମଦାର ସ୍ୱରରୁ ଆରମ୍ଭ ହୁଏ ଟିଜର । ‘ଟାଇଗର 3’ ‘ର ଟିଜର ରିଲିଜ ହେବା ପୂର୍ବରୁ ସଲମାନ ଖାନ ମଙ୍ଗଳବାର ରାତିରେ ସୋସିଆଲ ମିଡିଆରେ ‘ଟାଇଗର ୩ ‘ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଆଜି ଟିଜର ରିଲିଜ୍ ହେବ ବୋଲି ସୂଚନା ଦିଆଯାଇଥିଲା ।
