(ମୁମ୍ବାଇ) : ରିଲିଜ ହେଲା ସଲମାନ ଖାନଙ୍କ ଫିଲ୍ମ ଟାଇଗର-3ର ରୋମାଞ୍ଚକ ଟିଜର । ଯାହାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଫ୍ୟାନ୍ସ । ଦିୱାଲୀ ଅବସରରେ ସଲମାନ ଖାନ ନିଜ ଫ୍ୟାନ୍ସଙ୍କୁ ଟାଇଗର-୩ ଭେଟିଦେବା ପାଇଁ ଯାଉଛନ୍ତି । ଅର୍ଥାତ୍ ଦିପାବଳୀ ଅବସରରେ ରିଲିଜ୍ ହେବା ପାଇଁ ଯାଉଛି ଟାଇଗର-୩ । ଯେଉଁଥିରେ ସଲମାନଙ୍କର ଜବରଦସ୍ତ ଆକ୍ସନ ଦେଖିବା ପାଇଁ ମିଳିବ ।
ସୂଚନାନୁଯାୟୀ , ବଡ଼ ପରଦାରେ ପୁଣି ଏକାଠି ନଜର ଆସିବେ କ୍ୟାଟ୍ରିନା ଏବଂ ସଲମାନ ଖାନ । ସଲମାନ ଖାନଙ୍କ ଦମଦାର ସ୍ୱରରୁ ଆରମ୍ଭ ହୁଏ ଟିଜର । ସଲମାନ ଆହୁରି କହିଛନ୍ତି, ମୋ ପୁଅକୁ ଭାରତ କହିବ ଯେ ମୁଁ ଦେଶଦ୍ରୋହୀ ନା ଦେଶପ୍ରେମୀ … ଯଦି ଜୀବିତ ରହିବି ତେବେ ପୁନର୍ବାର ଆପଣଙ୍କ ସେବାରେ ଉପସ୍ଥିତ ରହିବି, ନଚେତ୍ ଜୟହିନ୍ଦ୍ … ୧ ମିନିଟ୍ ୪୩ ସେକେଣ୍ଡ୍ ଟିଜର ଦର୍ଶକଙ୍କ ମନ ମୋହୁଛି ।