ମନୋରଞ୍ଜନ

ଖୁବଶୀଘ୍ର ଆସୁଛି ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ-୩

(ମୁମ୍ବାଇ) : ଉଦ୍ୟୋଗୀ ମାନଙ୍କ ଖୁସି ଖବର  | ଶାର୍କ ଟ୍ୟାଙ୍କ ଇଣ୍ଡିଆ- ସିଜିନ୍ ୩ର ପ୍ରୋମୋ ରିଲିଜ୍ ହୋଇଛି | ଦୁଇଟି ସିଜିନର ସଫଳତା ପରେ, ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ ସିଜିନ-୩ ଆସିବାକୁ ଯାଉଛି | ଆଉ ସମଗ୍ର ଦେଶରେ ଯୁବ ଉଦ୍ୟୋଗୀମାନେ ବର୍ତ୍ତମାନ ଏହି ଟିଭି ସୋରେ ଅଂଶଗ୍ରହଣ କରି ସେମାନଙ୍କର କମ୍ପାନୀ ପାଇଁ ପୁଞ୍ଜି ଯୋଗାଡ କରିପାରିବେ |

ସୂଚନାନୁଯାୟୀ , ଏହି ପ୍ରୋମୋରେ ଯଦି କେହି ନିଜ କମ୍ପାନୀକୁ ଆଗକୁ ବଢାଇବାକୁ ଚାଁହୁଛନ୍ତି ଓ ପାଣ୍ଠି ଆବଶ୍ୟକ କରୁଛନ୍ତି ସେମାନେ ଏହି ସୋରେ ଭାଗ ନେବାକୁ କୁହାଯାଇଛି | ଉଲ୍ଲେଖ ଥାଉ କି ଶାର୍କ ଟ୍ୟାଙ୍କ ଇଣ୍ଡିଆ- ସିଜିନ୍ ୩ ପାଇଁ ଏବେ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବାବେଳେ ସୋନି ଲିଭ ଆପରେ ହିଁ ରେଜିଷ୍ଟ୍ରେସନ କରିହେବ | ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ ୨ ବାବଦରେ କହିବାକୁ ଗଲେ ଏହି ସିଜିନରେ ୧୦୩ଟି କମ୍ପାନୀରେ ୮୦ କୋଟି ଟଙ୍କା ନିବେଶ ହୋଇଥିଲା |

 

Related posts

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘Mission Raniganj The Great Bharat Rescue’ 

mahabharatanews

ଆର୍ଯ୍ୟନଙ୍କୁ ମିଳିଲା କ୍ଲିନ୍ ଚିଟ୍

mahabharatanews

ମା ହେଲେ ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର

mahabharatanews