ଭାରତ

ନଦୀଗର୍ଭକୁ ଖସିପଡିଲା ଯାତ୍ରୀବାହୀ ବସ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ଖରଗୋନ ଓ ଧାର ଜିଲ୍ଲାର ସୀମାରେ ପ୍ରବାହିତ ନର୍ମଦା ନଦୀକୁ ଯାତ୍ରୀବାହୀ ବସଟି ଖସି ପଡ଼ିଛି । ଫଳରେ ୫୫ ଜଣ ଯାତ୍ରୀବସ ମଧ୍ୟିରେ ଥିଲେ । ତେବେ ୧୨ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ଖରଗୋନ ଏସପି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ଧାମନୋଦ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ୟ୍ୟ ପାଇଁ ଘଟଣାସ୍ଥଳରେ ଏନଡିଆରଏଫ୍ ଟିମକୁ ନିୟୋଜିତ କରାଯାଇଛି ।ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରୁଥିଲା । ବସରେ ପାଖାପାଖି ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ନଦୀ ଗର୍ଭରୁ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ଦୁଃଖପ୍ରକାଶ କରିଛନ୍ତି । ବସଟି ପ୍ରଥମେ ଖଲଘଟ ବ୍ରିଜ ସହ ଧକ୍କା ହୋଇଥିଲା ଓ ଏହାପରେ ୧୦୦ ଫୁଟ ଗଭୀର ନର୍ମଦା ନଦୀ ଗର୍ଭକୁ ଖସି ପଡ଼ିଥିଲା ।

Related posts

ଆପର ଦିଲ୍ଲୀ ମଡେଲ କେବଳ ଲୋକ ଦେଖାଣିଆ: ଗୃହମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ମଣିପୁର ହିଂସାକାଣ୍ଡ : ମୃତ୍ୟୁ ସଂଖ୍ୟା ୫୪ ପାର 

mahabharatanews

ତୁଟୁନି ଇଣ୍ଡିଗୋ ସଙ୍କଟ, ଆଜି ବି ବାତିଲ ହେଲା ୨୦୦ରୁ ଅଧିକ ବିମାନ

mahabharatanews