ଓଡିଶା

ବାଲୁକା କଳାରେ ବାଇଡେନଙ୍କୁ ସ୍ୱାଗତ

(ପୁରୀ) : ବାଲୁକା କଳାରେ ସ୍ୱାଗତ ବାଇଡେନ । ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କୁ ବାଲୁକା କଳାରେ ସ୍ୱାଗତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦୁଇ ହଜାର ମାଟି ଦୀପ ବ୍ୟବହାର କରି ଏହି ବାଲୁକା କଳାକୁ ନିର୍ମାଣ କରାଯାଇଛି । ବାଲୁକା କଳାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଛି । ଏହାକୁ ନିର୍ମାଣ କରିବା ପାଇଁ ସୁଦର୍ଶନଙ୍କୁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିଲା ।

ସୂଚନାନୁଯାୟୀ, ବାଲୁକା କଳା ମାଧ୍ୟମରେ ଜି-୨୦ ସମ୍ବିଳନୀରେ ଯୋଗଦାନ ପାଇଁ ଆସୁଥିବା ଡେଲିଗେଟସମାନଙ୍କୁ ସ୍ବାଗତ କରିଛନ୍ତି ସୁଦର୍ଶନ । ପୁରୀ ବେଳାଭୁମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ଏହି ବାଲୁକା କଳା ।

Related posts

ଜାତିସଂଘ ପକ୍ଷରୁ କିସ୍‌କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର ମିଳିଛି

mahabharatanews

ଚଳନ୍ତା ଟ୍ରେନକୁ ଧରିବାକୁ ଯାଇ ଯୁବତୀ ଗୁରୁତର

mahabharatanews

ଅଟୋକୁ ଧକ୍କା ଦେଲା ବୋଲେରୋ, ୧ ମୃତ ୧୪ ଆହତ

mahabharatanews