ଭାରତରାଜନୀତି

ପତ୍ରା ଚାୱଲ ଜମି ଦୁର୍ନୀତି ମାମଲା

ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଇଡିର ସମନ
ମୁମ୍ବାଇ: ପତ୍ରାଚାୱଲ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ପତ୍ରା ଚାୱଲ ଜମି ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଶ୍ରୀ ରାଉତଙ୍କୁ ଇଡି ପକ୍ଷରୁ ଗିରଫ କରାଯାଇଛି । ପତ୍ରାଚାୱଲ ଜମି ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ରବିବାର ମଧ୍ୟରାତ୍ରୀରେ ଶିବସେନା ଏମପି ସଞ୍ଜୟ ରାଉତଙ୍କୁ ଗିରଫ କରାଯାଇଥିଲା । ଗୁରୁୂବାର ଜମି ଦୁର୍ନୀତି ମାମଲାରେ ସଞ୍ଜୟଙ୍କ ପତ୍ନୀଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ଚଳିତ ବର୍ଷ ଜାନୁଆରୀରେ ପିଏମସି ବ୍ୟାଙ୍କ ସ୍କାମ ମାମଲାରେ ବର୍ଷା ରାଉତଙ୍କୁ ଇଡି ପଚରାଉଚରା କରିଥିଲା। ଏହି ମାମଲାରେ ବର୍ଷା ରାଉତଙ୍କ ପ୍ରଶ୍ନ ଜଣେ ମାଧୁରୀ ପ୍ରବୀଣ ରାଉତଙ୍କ ଠାରୁ ତାଙ୍କ ଆକାଉଣ୍ଟକୁ ୫୫ ଲକ୍ଷ ଟଙ୍କା କାରବାର ସହ ଜଡିତ ଥିଲା।
ମୁମ୍ବାଇ କୋର୍ଟ ଗୁରୁବାର ଦିନ ମନି ଲଣ୍ଡରିଂ ମାମଲାରେ ସଞ୍ଜୟ ରାଉତଙ୍କ ଇଡି ହେପାଜତକୁ ଅଗଷ୍ଟ ୮ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ହେପାଜତକୁ ବଢାଇବା ବେଳେ କୋର୍ଟ କହିଛନ୍ତି ଯେ ଇଡି ତଦନ୍ତରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ସଞ୍ଜୟ ରାଉତଙ୍କ ଗିରଫଦାରୀ ନିୟମ ଅନୁଯାୟୀ, ତଦନ୍ତକାରୀ ଅଧିକାରୀ ଗିରଫ ମେମୋରେ ଅଭିଯୋଗ କରିଛନ୍ତି ଯେ, “ମୋ ପାଖରେ ଥିବା ସାମଗ୍ରୀ ଆଧାରରେ, ସଞ୍ଜୟ ରାଜାରାମ ରାଉତଙ୍କ ନିୟମ ଅନୁଯାୟୀ ଦଣ୍ଡନୀୟ ଅପରାଧରେ ଦୋଷୀ ବୋଲି ବିଶ୍ୱାସ କରିବାର କାରଣ ଅଛି । ମନି ଲଣ୍ଡରିଂ ଆଇନର ଧାରା ୧୯ ର ଉପ-ଧାରା (୧) ଅନୁଯାୟୀ ସଞ୍ଜୟ ରାଉତଙ୍କୁ ଗିରଫ କରାଯାଇଥିଲା।

Related posts

ଗାମ୍ବିଆ ଡେଥ୍ ଟ୍ରାଜେଡି ପରେ ହୁ ର କଡା ନିର୍ଦ୍ଦେଶ

mahabharatanews

ଆନ୍ଧ୍ର ୧୯୫୨ରୁ କୋଟିଆରେ ନିର୍ବାଚନ କରାଉଛି

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୮୮ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews