ଓଡିଶାଭାରତ

ଗାମ୍ବିଆ ଡେଥ୍ ଟ୍ରାଜେଡି ପରେ ହୁ ର କଡା ନିର୍ଦ୍ଦେଶ

ଭାରତରେ ପ୍ରସ୍ତୁତ କଫ୍ ସିରପ୍ ପିଇ ଆଫ୍ରିକା ଦେଶ ଗାମ୍ବିଆରେ ୬୬ଜଣ ଶିଶୁଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍ଓ ପକ୍ଷରୁ ଏହି ସିରପ୍ ନ ଖାଇବା ନେଇ ସତର୍କତା ଜାରି କରାଯିବା ପରେ ଭାରତ ସରକାର ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଓଡ଼ିଶାରେ ମଧ୍ୟ ସଂପୃକ୍ତ କମ୍ପାନିର କଫ୍ ସିରପ୍ ବିକ୍ରି ହେଉଛି ନା ନାହିଁ ତାହାର ଯାଞ୍ଚ କରିବା ସହିତ ଯଦି ଉପଲବ୍ଧ ହୁଏ ତାହାର ନମୁନା ସଂଗ୍ରହ ପାଇଁ ଡ୍ରଗ୍ ଇନ୍ସପେକ୍ଟର (ଡିଆଇ)ମାନଙ୍କୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି।ଭେଷଜ ନିର୍ଦେଶାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ଏସଂପର୍କରେ ସୂଚନା ଦିଆଯାଇଥିଲା। ହରିୟାଣାର ମେଡେନ୍ କମ୍ପାନି ସଂପୃକ୍ତ କଫ୍ ସିରପ୍ ରପ୍ତାନି ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଥିଲା। ତେଣୁ ଭାରତର ରାଜ୍ୟଗୁଡ଼ିକରେ ଏହି ସିରପ୍ ମିଳିବା କଷ୍ଟକର। ଯଦି ଚୋରାରେ ରାଜ୍ୟମାନଙ୍କୁ ଯୋଗାଣ ହୋଇଥାଏ ତାହା ଏବେଠାରୁ କହିବା ମୁସ୍କିଲ୍। ତଥାପି ଏହାର ଯାଞ୍ଚ ପାଇଁ ଡିଆଇମାନଙ୍କୁ କୁହାଯାଇଛି। ମାତ୍ର ପ୍ରାରମ୍ଭିକ ସୂଚନା ଅନୁସାରେ ରାଜ୍ୟରେ ଏହି କମ୍ପାନିର କଫ୍ ସିରପ୍ ଏବେ ବଜାରରେ ଉପଲବ୍ଧ ନାହିଁ। ପୂର୍ବରୁ ମଧ୍ୟ ଏହି କମ୍ପାନିର ସିରପ୍ ଯୋଗାଣ ନେଇ କୌଣସି ତଥ୍ୟ ମିଳୁନାହିଁ।

Related posts

୬ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

mahabharatanews

ନଦୀରେ ଭାସିଗଲେ ବୃଦ୍ଧା! ୨ଦିନ ପରେବି ମିଳୁନି ପତ୍ତା

mahabharatanews

ସହିଦ୍ ଯବାନ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

mahabharatanews