(ମୁମ୍ବାଇ) : ଭାଇରଲ ହେଲା ସାରା ଓ ରାକ୍ଷୀଙ୍କ ଝଗଡା । ତେବେ ଆପଣ ନିହାତି ଭାବୁଥିବେ କେଉଁ କାରଣ ଯୋଗୁ ଝଗଡା ରାକ୍ଷୀ ଅଛନ୍ତି ମାନେ ସ୍ୱାମୀ ପାଇଁ ନୁହେ ତ ? ନୁହେ ଆଂଜ୍ଞା ଏଭଳି କିଛି ନୁହେଁ । ଉଭୟ ସମାନ ପୋଷାକ ପିନ୍ଧିଥିବା ଦେଖି ସାରା ଓ ରାକ୍ଷୀଙ୍କ ମଧ୍ୟରେ ଝଗଡ଼ା ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି ।
ସୂଚନାନୁଯାୟୀ ,ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ଭିକ୍କି କୌଶଳଙ୍କ ଅଭିନୀତ ସିନେମା ‘ଜରା ହଟକେ ଜରା ବଚକେ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ସିନେମା ପ୍ରମୋସନ ପାଇଁ ଦୁହେଁ ବହୁତ ବ୍ୟସ୍ତରେ ଅଛନ୍ତି। ସାରାଙ୍କ କଥା କହିବାକୁ ଗଲେ ଆଇଫା ଆୱାର୍ଡ ୨୦୨୩ ପାଇଁ ସେ ନିକଟରେ ଅବୁଧାବିରେ ପହଞ୍ଚିଥିଲେ। ଏଠାରେ ସାରା ତାଙ୍କ ଅପକମିଂ ସିନେମା ଜବରଦସ୍ତ ପ୍ରମୋସନ କରିଥିଲେ ଏହି କ୍ରମରେ ସାରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମଜାଳିଆ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ସହ ନଜର ଆସୁଛନ୍ତି।
