ଅପରାଧ

ରିୟାଙ୍କୁ ଦେଇଛନ୍ତି ଡ୍ରାଗ୍ସ ସାରା ଅଲି ଖାନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ଘଟଣାରେ ବର୍ତ୍ତମାନ ତଦନ୍ତର ଦିଗ ମୃତ୍ୟୁକୁ ଛାଡି ଡ୍ରଗ୍ସ ଆଡେ ଚାଲିଛି । ଏହା ମଧ୍ୟରେ ଅନେକ ଡ୍ରଗ୍ସ ପ୍ୟାଡଲର୍ସଙ୍କୁ ଗିରଫ କରି ସାରିଲାଣି ଏନସିବି । ତଦନ୍ତରୁ ଆହୁରି ଜଣାପଡିଛି ବଲିଉଡର ବହୁ ନାମୀଦାମୀ କଳାକାର ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅଛନ୍ତି । ରିୟାଙ୍କ ଗିରଫଦାରି ପରେ ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କୁ ନେଇ ଆସୂଛି ବଡ ଖୁଲାସା । ରିୟାଙ୍କୁ ବହୁବାର ଶୈଫ ଲଲଣା ସାରା ଅଲି ଖାନ ଯୋଗାଇ ଦେଇଛନ୍ତି ଢ୍ରଗ୍ସ ।ସାରା ଅଲି ଖାନ ଜଣେ ହାଇ ପ୍ରୋଫାଇଲ ଡ୍ରଗ୍ସ ପେଡ଼ଲର ସମ୍ପର୍କରେ ଥିଲେ, ଯାହାକୁ ଏନସିବି ଖୋଜୁଛି । ସାରାଙ୍କ ଠାରୁ ଡ୍ରଗ୍ସ ନେଇ ରିୟା ସୁଶାନ୍ତଙ୍କ ପାଖକୁ ପହଞ୍ଚାଉଥିଲେ ।
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଏନ୍‌ସିବି ଆଉ ୬ଜଣଙ୍କୁ ଗିରଫ କରିଛି । ଡ୍ରଗ୍ସ ମାମଲାରେ ଏନସିବି ଏବେ ସୁଦ୍ଧା ୧୬ଜଣଙ୍କୁ ଗିରଫ କରିସାରିଛି । ଜଣେ ଅଧିକାରୀ କହିଛନ୍ତି ଯେ, ୬ ଅଭିଯୁକ୍ତ କରମଜିତ ସିଂହ, ଡ୍ରବେନ୍ ଫର୍ଣ୍ଣାଡିଶ , ସଂକେତ ପଟେଲ. ଅଙ୍କୁଶ ଅନରେଜା, ସନ୍ଦୀପ ଗୁପ୍ତା, ଅଫତାଵ ଅନସାରୀଙ୍କ ନାଁ ଯାଞ୍ଚ ସମୟରେ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏନ୍‌ଡିପିଏସ୍ ଆଇନ ଅନୁଯାୟୀ ସମସ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି । କରମଜିତ ସିଂହ ଡ୍ରଗ୍ସ ସପ୍ଲାଏ କରୁଥିଲା । ଫିଲ୍ମ ଇଣ୍ଡଷ୍ଟ୍ରି ସହ ତାର ସମ୍ପର୍କ ରହିଛି । ଡ୍ରବେନ୍ ଫର୍ଣ୍ଣାଡିଶ ଗଂଜେଇ ଓ ଚରସ ସୌଦା କରୁଥିଲା ।

Related posts

mahabharatanews

ଗୁପ୍ତେଶ୍ୱର ରାସ୍ତାରେ ୨ କୁଇଣ୍ଟାଲ ଗଞ୍ଜେଇ ସହ ୨ ଗିରଫ

mahabharatanews

ବିପୁଳ ଦେଶୀ ମଦ ସହ ୪ ଗିରଫ

mahabharatanews