Uncategorized

ଶରଦ ପାୱାରଙ୍କ ସୁରକ୍ଷାକୁ ନେଇ ଶିବସେନାର ବିଷୋଦ୍ଗାର

ମୁମ୍ବାଇ: ଜାତୀୟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ସରଦ ପାୱାରଙ୍କ ଦିଲ୍ଳୀ ବାସଭବନର ସୁରକ୍ଷା ବ୍ୟବସ୍ଥାକୁ କୋହଳ କରିବାକୁ ଦୃଢ ଭାବେ ବିରୋଧ କରି ଆଜି ଏନସିପି ଓ ଶିବସେନା କେନ୍ଦ୍ର ଉପରେ ବର୍ଷିଛନ୍ତି । ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କି, ପ୍ରଧାନ ମନ୍ତ୍ରୀ ଜାଣିଛନ୍ତି ସରଦ ପାୱାର ଜଣେ ବରିଷ୍ଠ ନେତା ଓ ସେ ଲଗାତର ଧମକର ସମ୍ମୁଖୀନ ହେଉଛନ୍ତି ଓ ଗତବର୍ଷ ତାଙ୍କୁ ଆକ୍ରମଣ କରାଯାଇଥିଲା, ଯାହାର ଆମେ ପ୍ରତ୍ୟକ୍ଷଦର୍ଶୀ । ପୂର୍ବରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହ୍ରାସ କରାଯାଇଥିଲା । ବର୍ତ୍ତମାନ ପାୱାରଙ୍କର ସୁରକ୍ଷାକୁ କମା ଯାଇଛି, ଯାହା ଅତ୍ୟନ୍ତ ସମ୍ବେଦନାଶୀଳ । ଏହାକୁ ନେଇ ଜଳ ସଂସାଧନ ମନ୍ତ୍ରୀ ଜୟନ୍ତ ପାଟିଲ ବିଜେପି ବିରୋଧରେ କହିଛନ୍ତି, ମୁମ୍ବାଇରୁ ନୂଆଦିଲ୍ଲୀ, ସବୁଠୁ ବିଜେପିକୁ ହଟାଇବାକୁ ମହାରାଷ୍ଟ୍ରରେ ଶପଥ ନିଆଯାଇଛି ।

Related posts

ଗତ ଜୁନରୁ ନଭେମ୍ବର ଭିତରେ ଘଟିଥିବା ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

mahabharatanews

ଖାଆନ୍ତୁ ଖୁଆନ୍ତୁ ଟେଷ୍ଟି ବ୍ରେଡ ମଲାଈ ରୋଲ

mahabharatanews

ଲଞ୍ଚ ପରେ ନିଦ ଅ।ସୁଛି କି? ଏହି ଟିପ୍ସ ସାହାଯ୍ୟରେ ଦୂର କରିପାରିବେ ଥକାପଣ

mahabharatanews