ଅପରାଧ

ଏଫ୍ଏମ୍ ପରେ ଶାରଦା ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ଅଜବ କାଣ୍ଡ

ପ୍ରଥମେ ବାଲେଶ୍ୱର ପୁଣି ନୋଏଡା । ପୂର୍ବରୁ ଓଡ଼ିଶାରେ ଜଣେ ଛାତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିଲା ଏବଂ ଏବେ ଗ୍ରେଟର ନୋଏଡାର ଶାରଦା ବିଶ୍ୱବିଦ୍ୟାଳୟରେ ସମାନ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଶିକ୍ଷକମାନଙ୍କ ଦ୍ୱାରା ନିର୍ୟାତନା ଅଭିଯୋଗ ଆଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏନେଇ ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ।
ସେ କହିଛନ୍ତି, ଆମର ଶିକ୍ଷାନୁଷ୍ଠାନ ଗୁଡ଼ିକ କ’ଣ ଆମ ପିଲାମାନଙ୍କ ପାଇଁ ସୁରକ୍ଷିତ ନୁହେଁ ? ଯେଉଁଠାରେ ଜୀବନ ସୁରକ୍ଷିତ ନୁହେଁ, ସେମାନେ କିପରି ଏକ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିପାରିବେ ? ଝିଅମାନେ ଜୀବନର ପ୍ରତ୍ୟେକ ପର୍ୟ୍ୟାୟରେ ଆଗକୁ ବଢ଼ିବା ପାଇଁ ଦୁଇଗୁଣ ସଂଘର୍ଷ କରନ୍ତି । ଏପରି ଘଟଣା ସାରା ଦେଶରେ ଝିଅମାନଙ୍କ ପାଇଁ ନିରୁତ୍ସାହିତ କରୁଛି ।
କେନ୍ଦ୍ର ସରକାର ଏହି ମାମଲାଗୁଡ଼ିକୁ ବିଚାର କରି କଠୋର କାର୍ୟ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଉଚିତ ଏବଂ କୌଣସି କ୍ୟାମ୍ପସରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ପ୍ରକାଶ କରିଛନ୍ତି ପ୍ରିୟଙ୍କା ।

Related posts

ଛଅ ହଜାର ଟଙ୍କା ଲାଞ୍ଚ ନେଏ ଦୁଇ ତହସିଲ କିରାଣୀ ଗିରଫ

mahabharatanews

ରାଜଧାନୀରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ର୍ଦୁବୃତ୍ତ

mahabharatanews

ଜେଲରେ ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଜେରା

mahabharatanews