ଓଡିଶା

ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରରେ ସରସ୍ୱତୀ ପୂଜନ ଉତ୍ସବ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟରେ ବସନ୍ତ ପଞ୍ଚମୀ ଅବସରରେ ମାଆ ସରସ୍ୱତୀଙ୍କ ପୂଜାର୍ଚ୍ଚନା ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଏହି ପୂଜା ଆୟୋଜିତ ହୋଇଥିଲା।ସକାଳୁ ଛାତ୍ରଛାତ୍ରୀ ମାନେ ନଡ଼ିଆ କଦଳୀ ଧୂପ ଦୀପ ଫଳ ଫୁଲ ଧରି ବିଦ୍ୟାଳୟକୁ ଆସିଥିଲେ। ଦେବୀ ମଠର ମହନ୍ତ ରାମା ନନ୍ଦ ଦାସ ଜୀ ମହାରାଜା ଉପସ୍ଥିତ ଥିଲେ।

ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଆଚାର୍ଯ୍ୟ  ଆଚାର୍ଯ୍ୟାମାନେ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଓ ହୋମରେ ପୂର୍ଣ୍ଣ।ହୁତି ପ୍ରଦାନ କରିଥିଲେ। ପୁଷ୍ପାଞ୍ଜଳି ପରେ ଛୋଟ ଛୋଟ ଶିଶୁ ମାନଙ୍କର ଖଡି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଭିଭାବକମାନେ ସାଙ୍ଗରେ ଶିଶୁ ମାନଙ୍କୁ ଧରି ଖଡିଛୁଆଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଦ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଆ ଉପସ୍ଥିତ ରହି ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ।

Related posts

ସିବିଏସଇ ପରୀକ୍ଷାରେ ମଦର ପବ୍ଲିକ ସ୍କୁଲର ସଫଳତା

mahabharatanews

ଘରୁ ବିରାଟ ନାଗ ସାପ ଉଦ୍ଧାର

mahabharatanews

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ

mahabharatanews