Uncategorized

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ: ଫେରନ୍ତା ପ୍ରବାସୀଙ୍କୁ ରାଜ୍ୟ କର୍ମସଂସ୍ଥାନ ଯୋଗାଇବ

ନୂଆଦିଲ୍ଲୀ : ୧୫ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ପଠାଅ । ପ୍ରବାସୀ ଶ୍ରମିକ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟଗୁଡିକ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଏହା ସହିତ ସେମାନେ ଯେଉଁ ରାଜ୍ୟକୁ ଯାଉଛନ୍ତି ସେଠାରେ ସେମାନଙ୍କୁ କର୍ମ ସଂସ୍ଥାନ ଯୋଗାଇବାକୁ ମଧ୍ୟ ସୁପ୍ରିମ କୋର୍ଟ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସଂପର୍କିତ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରମାନେ ପ୍ରବାସୀ ଶ୍ରମିକଙ୍କ ପଂଜୀକରଣ କରି ସେମାନଙ୍କ ଦକ୍ଷତା ଅନୁସାରେ କର୍ମସଂସ୍ଥାନ ପ୍ରଦାନ କରିବେ । ଆହୁରି ମଧ୍ୟ ଯଦି ସେମାନେ କର୍ମସଂସ୍ଥାନ ପାଇଁ ଅନ୍ୟ କୌଣସି ରାଜ୍ୟକୁ ଯିବାକୁ ଚାହିଁବେ ତାହାର ବ୍ୟବସ୍ଥା କରିବେ । ସବୁ ରାଜ୍ୟ ସରକାର ନିଜ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କ ଦାୟିତ୍ୱ ନେବେ ବୋଲି କୋର୍ଟ କହିଛନ୍ତି ।

Related posts

ଆମେରିକାରେ କରୋନା ଟେଷ୍ଟ କିଟ୍ ଚୋରି

mahabharatanews

୪୮୩ ଜିଲ୍ଲାରେ ୭୭୪୦ କୋଭିଡ-୧୯ ଚିକିତ୍ସା କେନ୍ଦ୍ର

mahabharatanews

କିମ୍‌ଙ୍କ ଚିକିତ୍ସା ପାଇଁ ଚୀନ ପଠାଇଲା ବିଶେଷଜ୍ଞ ଦଳ

mahabharatanews