ଓଡିଶା

ଇଚ୍ଛାପୁର ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ

(ମହାଭାରତ, ଭବାନୀପାଟଣା): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେପୁର ଗ୍ରାମପଞ୍ଚାୟତ ଇଚ୍ଛାପୁର ସରକାରୀ ଉଚ୍ଚ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଧର୍ମଗଡ ବିଧାୟକ ମହୌଷଧି ବାଗ୍ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କଲମପୁର ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ନବୀନ ଖମାରି, ବ୍ଲକ ଅଧ୍ୟକ୍ଷା ମଞ୍ଜୁଳା ସାହୁ, ଦେପୁର ସରପଞ୍ଚ ଭୁକୁଲ ବାଗ ଯୋଗ ଦେଇଥିଲେ । ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଏକ ସଭାର ଆୟୋଜନ ହୋଇଥିଲା । ସୁଶୀଲ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ସଭା ଶେଷରେ ସ୍କୁଲ ଛାତଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ।

Related posts

ଆଜିଠୁ ଭୋଟର ତାଲିକାରେ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟା

mahabharatanews

୧୧ କେଭି ତାର ଲାଗି ଚାଷୀ ମୃତ

mahabharatanews

କରୋନା: ଚୀନ ଗବେଷକଙ୍କୁ ଗୁଳିକରି ହତ୍ୟା

mahabharatanews