ଓଡିଶା

ନିସ୍ଵାର୍ଥ ପରିବାର ତରଫରୁ କରୋନା ମୁକାବିଲା ପାଇଁ ନିସ୍ଵାର୍ଥ ସେବା

(ଜୟନ୍ତ କୁମାର ସେଠୀ): କରୋନା ଭାଇରସ ମୁକାବିଲା କରିବା ପାଇଁ ଦେଶ ଲକ୍ ଡାଉନରେ ଅଛି । ଲକ ଡାଉନ ସମୟରେ ଦେଶ ବାସୀ ନିଜ ନିଜ ଘରେ ସୁରକ୍ଷିତରେ ରହୂଥୁବା ବେଳେ ଏହି ଘଡି ସନ୍ଧି ମୁହୂର୍ତ୍ତରେ ବାହାରେ କରୋନା ଭାଇରସକୁ ଦେଶରୁ ବିତାଡିତ କରିବା ପାଇଁ ସାମ୍ନା କରୁଛନ୍ତି ଦେଶର ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ, ଅଗ୍ନିଶମ, ଗଣମାଧ୍ୟ୍ୟମ ଓ ସ୍ୱଛାସେବୀ ସଂଗଠନ ମାନେ କ୍ଷ ସେହିପରି ଗୋପର ସ୍ଵଛାସେବୀ ସଂଗଠନ ନିସ୍ଵାର୍ଥ ପରିବାର ପ୍ରାୟ ସହେରୁ ଉର୍ଦ୍ଧ ସଦସ୍ୟମାନ ଦଶ ଜଣିଆ ଗୃପ କରି ଗୋପର ବିଭିନ୍ନ ଅଞ୍ଚଳ ଯଥା ମେଡିକାଲ, ଗୋପର ସମସ୍ତ ଅଫିସ ଓ ଗାଁ ଗହଳିରେ ପାଣିରେ ସୋଡିୟମ ହାଇପୋ କ୍ଲୋରାଇଟ ମିଶାଇ ବାହାରେ ସ୍ପ୍ରେ କରୁଥିବା ବେଳେ, ଷ୍ଟେରୀକ୍ଲିନ ମେଡିକାଲ ଓ ଅଫିସର ଭିତର ପାର୍ଶ୍ଵରେ ଜୀବାଣୁ ମୁକ୍ତ କରିବା ପାଇଁ ସ୍ପ୍ରେ କରୁଛନ୍ତି ।

ଦୀର୍ଘ ଦଶ ଦିନ ହେବ ଏହି ସ୍ୱେଚ୍ଛାସେବୀ ସଂଗଠନ ଏପରି କାର୍ୟ୍ୟକ୍ରମ କରୁଥିବା ଦେଖି ଡ଼କ୍ଟର ଓ ଗୋପ ଅଞ୍ଚଳର ସମସ୍ତ ଜନ ସାଧାରଣ ଏମାନଙ୍କୁ ସାଧୁବାଦ ଜଣାଇବା ସହ ଏମାନେ ସୁସ୍ଥ ଓ ସୁରକ୍ଷିତ ରହିବା ପାଇଁ ଭଗବାନଙ୍କ ନିକଟରେ ପ୍ରାଥନା କରୁଛନ୍ତ ।

Related posts

ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ଫଳ

mahabharatanews

ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ

mahabharatanews

ଅନୁଗୋଳରେ ବିଶ୍ବ ଯକ୍ଷ୍ମା ଦିବସ-୨୦୨୬ ପାଳିତ

mahabharatanews