Uncategorized

ଭଣ୍ଡ ବାବା ଚଳାଇଥିଲା ସେକ୍ସ ରାକେଟ: ଲୋକେ ଭିଡିଓ କରି ପଠାଇଲେ ମାମୁଁ ଘର

ଲକ୍ଷ୍ନୌ: ବାବା ଚଳାଇଥିଲେ ସେକ୍ସ ରାକେଟ । ସେକ୍ସ ରାକେଟ ଚଳାଇ ଭଣ୍ଡ ବାବା ରୋଜଗାର କରୁଥିଲେ ମୋଟା ଅଙ୍କ । ବାବା ବେଶରେ ଭଣ୍ଡର ଏହି ବେପାର ବେଶ ଭଲ ମଧ୍ୟ ଚାଲିଥିଲା । କିନ୍ତୁ ଗୋଟିଏ ଭିଡିଓ ଭାଇରାଲ ହେବା ପରେ ବାବାଙ୍କ ପୋଲ ଖୋଲିଗଲା ଓ ଶେଷରେ ବାବା ଗଲେ ମାମୁଁ ଘରକୁ । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ । ସେକ୍ସ ରାକେଟ୍ ଚଲାଇବା ଅଭିଯୋଗରେ କଳା ବାବାଙ୍କୁ ପୋଲିସ୍ ଗିରଫ କରିଛି।
ଲକ୍ଷ୍ନୌ ଥାନାର ହୁସୈନାବାଦରେ ଜଣେ ବାବା ଦୈବୀ ଶକ୍ତିର ଅଧିକାରୀ କହି ଏକ ଘର ନେଇ ଲୋକଙ୍କ ଚିକିତ୍ସା କରେ । ମୁଖ୍ୟତଃ ମହିଳାଙ୍କ ଧଳା ଛଉ ଏବଂ ବନ୍ଧ୍ୟାତ୍ବର ଚିକିତ୍ସା କରିଥାଏ। ତେବେ ଚିକିତ୍ସା ନାମରେ ସେହି ଘରେ ଚାଲେ ସେକ୍ସ ରାକେଟ । କିଛି ଦିନ ସବୁ ଠିକଠାକ ଥିଲା । କିନ୍ତୁ ଲେ।।କଙ୍କର ବାବାଙ୍କ ଉପରେ ସନ୍ଦେହ ସୃଷ୍ଟିହେଲା । ସ୍ଥାନୀୟ ଲୋକେ ହଠାତ ଦିନେ ବାବାଙ୍କ ଆଡ୍ଡା ଉପରେ ଚଢଉ କରିଦେଲେ ଓ ସେକ୍ସ ରାକେଟର ଜୀବନ୍ତ ଚିତ୍ର ଦେଖିଲେ । କିଛି ମଧ୍ୟ ଏହାକୁ ମୋବାଇଲରେ ରେକର୍ଡ କରି ନେଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରି ଦେଇଥିଲେ। ପୋଲିସ୍ ବାବାକୁ ଗିରଫ କରି ଜେଲ୍ ପଠାଇ ଦେଇଛି।

 

Related posts

ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷା କର୍ମୀ ସଂକ୍ରମିତ

mahabharatanews

ନିଜ କର୍ମଚାରୀଙ୍କ ପ୍ରତି ସାହାଯ୍ୟର ହାତ ବଢ଼ାଇଲା ରିଲାଏନ୍ସ: କରୋନାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ୫ ବର୍ଷ ଯାଏଁ ମିଳିବ ଦରମା

mahabharatanews

ଓରିଓ ମିଲ୍କ ସେକ

mahabharatanews