ମନୋରଞ୍ଜନ

  ପତ୍ନୀଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କଲେ ସାହିଦ କପୁର

(ମୁମ୍ବାଇ) : ଅଭିନେତା ସାହିଦ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତ ବଲିଉଡର  ଚର୍ଚ୍ଚିତ ଦମ୍ପତି। ସେ ନିୟମିତ ଭାବେ ସୋସିଆଲ୍‌ ମିଡିଆରେ କିଛି ନା କିଛି ପୋଷ୍ଟ୍‌ କରି ଚାଲିଥାନ୍ତି। ଜୁଲାଇ ୭ ତାରିଖ ଅର୍ଥାତ ଆଜି ହେଉଛି ମୀରା ରାଜପୁତ ଏବଂ ସାହିଦ କପୁରଙ୍କ ଅଷ୍ଟମ ବିବାହ ବାର୍ଷିକୀ। ଏହି ଅବସରରେ ଉଭୟ ଛୁଟି କାଟିବାକୁ ବାହାରକୁ ଯାଇଥିବା ବେଳେ ସେମାନଙ୍କ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି।

ସୂଚନାନୁଯାୟୀ , ଶୁକ୍ରବାର ସାହିଦ କପୁର ଇନଷ୍ଟାଗ୍ରାମରେ ଏକ ଆକର୍ଷଣୀୟ ଫଟୋ ପୋଷ୍ଟ କରିଛନ୍ତି  ସେ ଦୁହେଁ ଗ୍ରୀସରେ ରହି କ୍ୟାମେରା ପୋଜ୍ ଦେଇଛନ୍ତି। ସାହିଦ ଓ ମୀରା ମ୍ୟାଚି ପୋଷାକ ପିନ୍ଧିଥିବା ‌ବେଳେ ଅଭିନେତା ତାଙ୍କ କ୍ୟାପ୍‌ସନ୍‌ରେ  ‘ଏ ସ୍କାଏ ଫୁଲ୍ ଅଫ୍‌ ଷ୍ଟାର୍ସ, ଆଇ ଗେଭ୍‌ ୟୁ ମାଇଁ ହାର୍ଟ’ ଗୀତ ଲେଖିଛନ୍ତି।’ ହେଲେ ଏଥିରେ ସେ ନିଜର ଟ୍ବିଷ୍ଟ୍‌ ବି ଦେଇଛନ୍ତି।

Related posts

 ଆଉ ଏକ ବିଳାସପୂର୍ଣ୍ଣ କାର କିଣିଲେ ରଣବୀର 

mahabharatanews

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଜୟ ଓ ରଶ୍ମିକା

mahabharatanews

ରିଲିଜ ହେଲା ଶେହନାଜ ଗିଲଙ୍କ ଗୀତ ‘ୟାର କା ସତାୟା ହୁଆ’

mahabharatanews