ମନୋରଞ୍ଜନ

ଅଜୟଙ୍କ ‘ଶୈତାନ’: ଆଡଭାନ୍ସ ବୁକିଂ ଆରମ୍ଭ

(ମୁମ୍ବାଇ) : ୟାମି ଗୌତମଙ୍କ ‘ଅର୍ଟିକିଲ୍ ୩୭୦’କୁ ସାରା ଦେଶରେ ଚର୍ଚ୍ଚା । ସିନେମାଟି ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରୁଛି । ରିଲିଜ୍ ହେବାର ୧୦ଦିନ ମଧ୍ୟରେ ଏହି ଚଳଚ୍ଚିତ୍ର ବଜେଟ୍ ଠାରୁ ତିନି ଗୁଣ ଅଧିକ ଆୟ କରିସାରିଛି । ହେଲେ ଏବେ ଫିଲ୍ମ ଟକ୍କର ଦେବା ପାଇଁ ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଅଭିନୀତ ‘ଶୈତାନ’ ମଧ୍ୟ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

ସୂଚନାନୁଯାୟୀ , ଟ୍ରେଲର ରିଲିଜ୍ ହେବା ପରେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଭୟଙ୍କର ଥ୍ରୀଲର ଫିଲ୍ମକୁ ଅପେକ୍ଷା କରିଛନ୍ତି । ଏସବୁ ମଧ୍ୟରେ ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି । ଚାଲନ୍ତୁ ଜାଣିବା ପ୍ରଥମ ଦିନର ଫିଲ୍ମ ‘Shaitaan’ପାଇଁ କେତେ ଆଡଭାନ୍ସ ବୁକିଂ ହୋଇଛି । ୱେଲ୍ ଫିଲ୍ମ ‘Shaitaan’ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ପୂର୍ବରୁ ଫିଲ୍ମ ପାଇଁ ପ୍ରି-ଟିକେଟ୍ ବୁକିଂ ସୀମିତ ସ୍ଥାନ ପାଇଁ ଖୋଲା ଯାଇଥିଲା, ହେଲେ ବର୍ତ୍ତମାନ ଅନଲାଇନ୍ ଟିକେଟ୍ ବୁକିଂ ପ୍ଲାଟଫର୍ମରେ ଆଉ କିଛି ସୋ ଯୋଗ କରାଯାଇଛି। ପ୍ରଥମ ଦିନ ପାଇଁ ଫିଲ୍ମର ଆଡଭାନ୍ସ ବୁକିଂର ଆକଳନ ମଧ୍ୟ ଆସିଛି ।

Related posts

କାନ୍ଧରେ ହାତ ରଖିବା ବିଜେପି ନେତାଙ୍କୁ ପଡିଲା ମହଙ୍ଗା

mahabharatanews

କ୍ୟାଟ୍ରିନାଙ୍କ ସହ ଫିଲ୍ମ ‘ଟାଇଗର ୪’ ଘୋଷଣା

mahabharatanews

ପୁରୁଣା ଫୋଟୋ ପୋଷ୍ଟ କରି ଟ୍ରୋଲ ହେଲେ ନାୟିକା ଟ୍ୱିଙ୍କଲ ଖନ୍ନା

mahabharatanews