ଭାରତ

ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

(ଦିଲ୍ଲୀ) :  ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ। ସ୍ତ୍ରୀଙ୍କ ଅସୁସ୍ଥତା ଦର୍ଶାଇ ମନୀଷ ସିସୋଦିଆ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ଯାହା   ଉପରେ ରାୟ ଶୁଣାଇ ସିସୋଦିଆଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ଦେବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ।

ସୂଚନାନୁଯାୟୀ , ଅନ୍ୟପକ୍ଷରେ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିବା ସହିତ ସିସୋଦିଆଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ‘ଏଲ୍‌ଏନ୍‌ଜିପି’ ହସ୍ପିଟାଲ୍‌କୁ ପଚାରିଥିଲେ। ଅବସ୍ଥା ଗମ୍ଭୀର ଥିବା କଥା ହସ୍ପିଟାଲ ପକ୍ଷରୁ କୁହାଯିବା ପରେ କୋର୍ଟ କହିଛନ୍ତି ଯେ, “ସୀମା ସିସୋଦିଆଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଏହି କୋର୍ଟ ନିର୍ଦ୍ଦେଶ ଦେଉଛି।

Related posts

ଆଜିଠୁ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ମୋଦୀ

mahabharatanews

ଆଜି ବଲ୍ଲଭଭାଇ ପଟେଲଙ୍କ ୭୩ତମ ତିରୋଧାନ ଦିବସ

mahabharatanews

ହାତୀ ସଫାରି କଲେ ପିଏମ ମୋଦୀ

mahabharatanews