ଓଡିଶା

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ଗଲେ ୧୧୯ଜଣ ପ୍ରବାସୀ ଓଡିଆ

(ରଜନିକାନ୍ତ ପାତ୍ର, ହିଞ୍ଜିଳିକାଟୁ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ଗତ ୨୯ ଏପ୍ରିଲ୍‌ରୁ ସୁରଟରୁ ଆସିଥିବା ପ୍ରବାସୀମାନେ ରହିଥିଲେ। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ବୁଧବାର ଏହି ସମସ୍ତଙ୍କୁ ଘରକୁ ଛଡ଼ାଯାଇଛି। ସେମାନେ ନିଜ ଘରେ ୭ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ଏଥି ନିମନ୍ତେ ଶେରଗଡ଼ ଆଦର୍ଶ ବିଦ୍ୟାଳୟରେ ଜିଲାପାଳଙ୍କ ଉପସ୍ଥିତିରେ କୋଭିଡ୍‌ ହିରୋ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଗତ ୨୯ରେ ପ୍ରଥମ କରି ସୁରଟରୁ ଆସିଥିବା ମୋଟ୍‌ ୧୧୯ ପ୍ରବାସୀ ଓଡ଼ିଆଙ୍କୁ ଆଦର୍ଶ ବିଦ୍ୟାଳୟରେ ରଖାଯାଇଥିଲା। ସେମାନଙ୍କର ଆଜି ୨୧ ଦିନ ପୂରିଯିବା ପରେ ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ାଙ୍କ ଉପସ୍ଥିତିରେ ଜିଲାପାଳ ଘରେ ରହିବା ସହ କ୍ୱାରାଣ୍ଟାଇନ୍‌ ନିୟମ କାନୁନ୍‌ ଉପରେ କହିଥିଲେ। ଉକ୍ତ ୧୧୯ ଜଣଙ୍କୁ ନିଜ ନିଜ ପଞ୍ଚାୟତର ସରପଞ୍ଚମାନଙ୍କ ଜିମାରେ ଛଡ଼ାଯାଇଛି। ସେମାନେ କ୍ୱାରାଣ୍ଟାଇନ୍‌ରେ ରହୁଛନ୍ତି ନା ନାହିଁ ତଦନ୍ତ କରିବାକୁ ପଞ୍ଚାୟତର ସରପଞ୍ଚମାନଙ୍କୁ କୁହାଯାଇଛି। ଜିଲାପାଳ ଆଦର୍ଶ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ କିଛି କ୍ୱାରାଣ୍ଟାଇନ୍‌ କେନ୍ଦ୍ର ପରିଦର୍ଶନ କରି ଫେରିଛନ୍ତି। ଏହି ସମୟରେ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ,ସହକାରୀ ଯନ୍ତ୍ରୀ ମହୀନ୍ଦ୍ର କୁମାର ଷଡ଼ଙ୍ଗୀଙ୍କ ସମେତ ଆୟୁଷ ଚିକିତ୍ସକ ଡ.ମନ୍ମଥ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କୁ ଛାଡ଼ିବା ସମୟରେ କରୋନା ଟେଷ୍ଟ କରି ଛଡ଼ାଯାଇଛି। ୧୧୯ ଜଣଙ୍କ ନମୁନା ନେଗେଟିଭ୍‌ ଆସିଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ। ଶେରଗଡ ଅ।ଦର୍ଶ ବିଦ୍ୟାଳୟର ୧୧୮, ଧରାକୋଟ ଅ।ଦର୍ଶ ବିଦ୍ୟାଳୟର ୧୧୨ ଓ ରଙ୍ଗେଇଲୁଣ୍ଡାର ୬ ଜଣ ପ୍ରବାସୀ ଫେରିଲେ ନିଜ ନିଜ ଘରକୁ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଦାୟ ବେଳେ ପ୍ରବାସୀ ମାନଙ୍କ ସହ କଲେ ଅ।ଲୋଚନା ।

Related posts

ବାଣ ଦୁର୍ଘଟଣା ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପ୍ରକାଶ

mahabharatanews

୨୦ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା,୪ଟାରେ ହେବ ରଥଟଣା

mahabharatanews

ଏଠି ସାର ବି ନକଲି..

mahabharatanews