ଭାରତମନୋରଞ୍ଜନ

ଭାଙ୍ଗିଲା ଶ୍ରଦ୍ଧା କପୁରଙ୍କ ଗୋଡ଼

ବଲିଉଡର ଶ୍ରଦ୍ଧା କପୁର ଦେଖିବାକୁ ଯେମିତି ସୁନ୍ଦର, ତାଙ୍କ ଅଭିନୟ ମଧ୍ୟ ଖୁବ ଆକର୍ଷଣୀୟ। ଯେଉଁଥିପାଇଁ ତାଙ୍କର ରହିଛନ୍ତି ଅନେକ ଫ୍ୟାନଫଲୋର୍ସ । ତେବେ ଅଭିନେତ୍ରୀଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଅସୁସ୍ଥ ଅଛନ୍ତି ଶ୍ରଦ୍ଧା କପୁର । ସୁଟିଂ ସେଟରେ ଭାଙ୍ଗିଲା ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଗୋଡ଼। ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ତାଙ୍କ ପ୍ରଶଂସକମାନେ। ଏମିତି କେମିତି ହେଲା ଅଭିନେତ୍ରୀଙ୍କର ବୋଲି ସବୁଠି ଚର୍ଚ୍ଚା। ଘଟଣାକ୍ରମ କିଛି ଏହିପରି ଘଟିଛି । ଶ୍ରଦ୍ଧା ବର୍ତ୍ତମାନ “ଇଥା” ପାଇଁ ସୁଟିଂ କରୁଥିଲେ । ସୁଟିଂ ସମୟରେ ସେ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କର ଗୋଡ଼ ଭାଙ୍ଗିଯାଇଥିବା ରିପୋର୍ଟ ଆସିଛି । ଯାହା ପରେ ଅଭିନେତ୍ରୀ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଥିବା କୁହାଯାଉଛି। ତଥାପି, ଅଭିନେତ୍ରୀଙ୍କ ଟିମ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ କି ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ।
ଫିଲ୍ମଟି ମଡ୍ ଆଇଲ୍ୟାଣ୍ଡରେ ସୁଟିଂ କରାଯାଉଥିଲା। ଶ୍ରଦ୍ଧା କପୁର ସେଠାରେ ଡ୍ୟାନ୍ସ ଏବଂ ଅନେକ ଭାବପ୍ରବଣ ସିନ୍ ଶୁଟ୍ କରିଥିଲେ। ନିର୍ମାତା ତାଙ୍କ ଆଘାତ ଯୋଗୁଁ ସୁଟିଂ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରଦ୍ଧା ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ଫିଲ୍ମ ସୁଟିଂକୁ ଫେରିବେ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ଶ୍ରଦ୍ଧା କପୁର ତାଙ୍କ ଆଗାମୀ ଫିଲ୍ମ “ଇଥା” ପାଇଁ ଏକ ଲାବଣୀ ଡ୍ୟାନ୍ସର ସୁଟିଂ କରୁଥିଲେ। ନୌବାରୀ ଶାଢ଼ି, ଭାରୀ ଅଳଙ୍କାର ଏବଂ ଏକ କମରପଟି ପିନ୍ଧି ଶ୍ରଦ୍ଧା ସୁଟିଂ କରୁଥିଲେ। ହଠାତ ଅଭିନେତ୍ରୀ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ସେହି ସମୟରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା କୁହାଯାଉଛି ।

Related posts

୨୫ ହଜାର ଗାଁକୁ ପକ୍କା ରାସ୍ତା ନିର୍ମାଣ

mahabharatanews

୧୩ଶହ ବର୍ଷର ପୁରୁଣା କାହାଣୀ

mahabharatanews

ଇସ୍ରାଏଲର ଗୁପ୍ତଚର ମୁଖ୍ୟାଳୟକୁ କ୍ଷେପଣାସ୍ତ୍ର ମାଡ଼

mahabharatanews