ଓଡିଶା

ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ରେ ୭୭ ତମ ଏନ୍.ସି.ସି. ଦିବସ ପାଳିତ

 ହିଞ୍ଜିଳିକାଟୁ  ବିଜ୍ଞାନ ମହାବିଦ୍ୟାଳୟ ପରିସର ରେ ଅଧ୍ୟକ୍ଷ ଡଃ ପି .କେ . ନନ୍ଦଙ୍କ ଅଧ୍ୟକ୍ଷତାରେ ଏନ୍.ସି.ସି. ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ କୁ କ୍ୟାପଟେନଶ୍ରଦ୍ଧାଞ୍ଜଳି ସାହୁ ପରିଚାଳନା କରିଥିବାବେଳେ ଏନ୍.ସି.ସି ବରିଷ୍ଠ ଅଧିକାରୀ ଶ୍ରୀ ଉମେଶ ସେଠୀ,ଏନ୍.ସି.ସି କନିଷ୍ଠ ଅଧିକାରୀ ଆଶିଷ ମହାରଣା, ତୁଳସୀ ସ୍ବାଇଁ ଉପସ୍ଥିତ ରହି ଏନ୍.ସି.ସି. ପତାକା ଉତ୍ତୋଳନ ସହିତ କ୍ୟାଡେଟମାନଙ୍କ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଅଧ୍ୟକ୍ଷଙ୍କ ଅଭିଭାଷଣରେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହିତ ଏନ୍.ସି.ସି.ର ମୂଳମନ୍ତ୍ର-ଏକତା ଓ ଅନୁଶାସନ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ପ୍ରବନ୍ଧ ଧର୍ମପରାୟଣ ନାଗରିକ ହେବା, ଶାନ୍ତି ଓ ଶୃଙ୍ଖଳାର ମହତ୍ତ୍ୱ ବୁଝିବା, ଏବଂ ଭାରତର ସେବା କରିବା ପାଇଁ ଏନସିସିର ଭୂମିକାକୁ ପାଲଟାଏ। ଏହା ଜାତୀୟ ଏକତା ଏବଂ ଅନୁଶାସନର ମନ୍ତ୍ରକୁ ଉଲ୍ଲେଖ କରେ ଏବଂ ଏନସିସି କ୍ୟାଡେଟ୍ମାନଙ୍କୁ ଏହି ଆଦର୍ଶକୁ ପାଳନ କରିବାକୁ ପ୍ରୋତ୍ସାହିତ କରେ।  କ୍ୟାଡେଟ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯିବା ସହିତ ଅଭିନୟ ପ୍ରଦର୍ଶନ କରାଯାଇଥିଲା।

Related posts

୫-ଟି ସ୍କୁଲ ରୂପାନ୍ତରଣ

mahabharatanews

ମୟୁରଭଞ୍ଜ ରାଜମାତା ଭାରତୀ ଭଞ୍ଜଦେଓଙ୍କ ୯୪ ବର୍ଷ ବୟସରେ ପରଲୋକ

mahabharatanews

ଚୋରା ଦେଶୀମଦ ରନ୍ଧା ଆଡ୍ଡା ଉପରେ ଚଢାଉ

mahabharatanews