ଓଡିଶା

ଆଜି ସକାଳୁ ନାଟମଣ୍ଡପ ମରାମତି କାମ ଆରମ୍ଭ 

(ପୁରୀ) : ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ବିଧିବଦ୍ଧ ଆରମ୍ଭ ହେବ । ପ୍ରତିଦିନ ସକାଳ ୬ଟାରୁ ରାତି ୧୦ ଟା ମଧ୍ୟରେ କାମ କରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ଏନଓସି । ଏହାଛଡା ରତ୍ନପଲଙ୍କରେ ଥିବା ହାତୀଦାନ୍ତକୁ ମଧ୍ୟ ମରାମତି କରାଯିବ । ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର ଠାରୁ ଉତ୍ତରଦୁଆର ପର୍ଯ୍ୟନ୍ତ ହୁଇଲ ଚେୟାର ଯୋଗେ ଦିବ୍ୟାଙ୍ଗ ଭକ୍ତଙ୍କୁ ନିଆଯିବ।

ସୂଚନାନୁଯାୟୀ , ୨୪ତାରିଖରେ ମହାପ୍ରଭୁଙ୍କ ରତ୍ନପଲଙ୍କ ବି ତିଆରି ହେବ। ତିନିଗୋଟି ନୂଆ ରତ୍ନପଲଙ୍କ ବର୍ମାଟିକ୍ କାଠରେ ନିର୍ମିତ କରାଯିବ ଓ ଆସନ୍ତା ଓଡିଆ ନବବର୍ଷରୁ ମହାପ୍ରଭୁ ନୂତନ ରତ୍ନପଲଙ୍କରେ ଶୟନ କରିବେ ।  ପାଟଅଗଣା ଠାରୁ ପଲି କାର୍ଵୋନେଟ୍ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗେ ଜୟବିଜୟ ଦ୍ବାର ଠାରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ । ଅନଲାଇନ ମାଧ୍ୟମରେ ମଧ୍ୟ ପଞ୍ଜିକରଣ କରିପାରିବେ ଦିବ୍ୟାଙ୍ଗ ଭକ୍ତ । ତେବେ କେଉଁ ନୀତି ପରେ କେତେ ସମୟ ପାଇଁ କାମ ଚାଲିବ ସେ ନେଇ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।

Related posts

ରାଜଧାନୀରେ ଆଗାମୀ ତିନି ଘଣ୍ଟା ପ୍ରବଳ ବର୍ଷା  ସମ୍ଭାବନା

mahabharatanews

ସୁଧୁରିନି ସ୍ଥିତି : ଆଜି ୯ଟି ଟ୍ରେନ୍‌ ବାତିଲ୍‌

mahabharatanews

ବୋଲଗଡରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

mahabharatanews