ଏସଆଇ ନିଯୁକ୍ତି ସ୍କାମ । ସାମ୍ନାକୁ ଆସିଲା ଆନ୍ତରାଜ୍ୟ ଲିଙ୍କ । ବିହାରରୁ ଜଣଙ୍କୁ ଗିରଫ କଲା ସିବିଆଇ । ଗତକାଲି ଠାରୁ ଅଟକ ରଖି ପଚରାଉଚରା କରୁଥିଲା ସିବିଆଇ । ଆସନ୍ତାକାଲି ଅଭିଯୁକ୍ତକୁ ଭୁବନେଶ୍ୱର ଅଣାଯିବ । ଏଯାବତ ସିବିଆଇ ୪ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ବିରଞ୍ଚି ନାୟକ, ଅର୍ଜୁନ ନାୟକ ଓ ନିମାଇଁ ସାହୁଙ୍କୁ ଗିରଫ କରିଥିଲା ସିବିଆଇ ।
