ଓଡିଶା

ବାହାନଗା ରେଳ ଦୁର୍ଘଟଣା: କୋର୍ଟରେ ହାଜର ହେଲେ ୩ ଅଭିଯୁକ୍ତ

(ବାଲେଶ୍ଵର) : ବାହାନଗା ରେଳ ଦୁର୍ଘଟଣାକୁ ଦେଢ଼ ମାସ ପୁରି ଯାଇଥିଲେ ମଧ୍ୟ ସେ କରାଳ କାୟ ରାତିର ଦୃଶ୍ୟ ମନରୁ ଲିଭୁନି । ରିମାଣ୍ଡ ଅବଧି ସରିବା ପରେ କୋର୍ଟରେ ହାଜର ହେଲେ ବାହାନଗା ରେଳ ଦୁର୍ଘଟଣାରେ ଗିରଫ ତିନି ଅଭିଯୁକ୍ତ ।

ସୂଚନାନୁଯାୟୀ , ସିଗିନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି ସରିଥିବା ବେଳେ ସେମାନଙ୍କୁ ଆହୁରି ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି ସିବିଆଇ । ପୂର୍ବରୁ ସମନ କରିଥିବା ଦୁଇ ଅଧିକାରୀଙ୍କୁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସିବିଆଇ ଜେରା କରିଛି । ଏପଟେ ପୂର୍ବରୁ ଅଭିଯୁକ୍ତଙ୍କୁ ଜେରା ପାଇଁ ୭ ଦିନିଆ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନର ରିମାଣ୍ଡ ଅନୁମତି ଦେଇଥିଲେ ।

ସୂଚନାନୁଯାୟୀ ,  ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ।

Related posts

୨୧ ଯାଏଁ ଘନକୁହୁଡ଼ି

mahabharatanews

ଵୀର ଶହୀଦ ଗଙ୍ଗା ନାରାୟଣ ସିଂଙ୍କ ୨୨୩ ତମ ଜନ୍ମ ଜୟନ୍ତୀ ସମାରୋହର

mahabharatanews

କୋମା’ରେ ବିଜିଗୋଳ ଗ୍ରାମୀଣ ଡାକ ସେବା

mahabharatanews