ଓଡିଶା

ଗଜପତି ରୁ ମହାରାଷ୍ଟ୍ର ଗଂଜେଇ ଚୋରା ଚାଲାଣ, ଦୁଇ ଗିରଫ

ମୋହନା/  ତ୍ରିପତି ବିଷୋୟୀରତ୍ନ        : ଆଜି ସକାଳରେ ମୋହନା ପୋଲିସ କୁ ମିଳିଛି ବଡ ସଫଳତା।  ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ନେତୃତ୍ୱ ରେ ଗଜପତି ଗଞ୍ଜାମ ସୀମାନ୍ତ କାମଳପୁର ନାକ ପଏଣ୍ଟ ଠାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ମେକ୍ସ ପିକପ ରେ 1000 କିଲୋ ଗଂଜେଇ ଜବତ କରିଛି। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପାଖ ପାଖି ଏକ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଜବତ ଗଂଜେଇ ଗାଡିଟି ମୋହନା ଥାନା ଅନ୍ତର୍ଗତ ଚଡିଆପଦା ଠାରୁ ଗଞ୍ଜାମ ଦେଇ ମହାରାଷ୍ଟ୍ର ଯାଇଥାନ୍ତା ବୋଲି ସୂଚନା ମିଳିଛି।  ତେବେ ଜବତ ମେକ୍ସ ପିକଅପ ସହ କିଙ୍ଗପିନ ମୋହନା ଅଂଚଳର ଚଡିଆପଦା ଗାଁର ରମେଶ ଶୁଆଲସିଂ ଏବଂ ଗଞ୍ଜାମ ଜିଲ୍ଲାର ବଡଡୁମ୍ବୁଳା ଗାଁ ର ହେମନ୍ତ ସ୍ୱାଇଁ ନାମକ ଏକ ବ୍ୟକ୍ତି କୁ ମୋହନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ଏନେଇ ପୋଲିସ ଅଧିକ ତଦନ୍ତ ଚଳେଇଥିବା ସୂଚନା ଦେଇଛନ୍ତି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ।

Related posts

ଖସୁଛି ପାରଦ, ଅସ୍ତବ୍ୟସ୍ତ ଜନଜୀବନ

mahabharatanews

୩୦-୩୦-୪୦ ଫର୍ମୁଲାରେ ବାହାରିବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳାଫଳ

mahabharatanews

ରାଉରକେଲାରେ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିବାକୁ ବଡାଖାନା କାର୍ଯ୍ୟକ୍ରମ

mahabharatanews