ଓଡିଶାରାଜନୀତି

୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ଭୁବନେଶ୍ୱର: ନିର୍ବାଚନ ପାଇଁ ଚଳଚଞ୍ଚଳ ନେତା ମନ୍ତ୍ରୀ । ପ୍ରଚାର ମଇଦାନରେ ନେତା ମନ୍ତ୍ରୀ । ଏହିକ୍ରମରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଶାହାଙ୍କ ପରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତା ୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏହି ଅବସରରେ ବ୍ରହ୍ମପୁରରେ ଏକ ସାଧାରଣ ସଭା ଯୋଗଦେବେ । ଏହାସହିତ ନବରଙ୍ଗପୁରରେ କର୍ମକର୍ତ୍ତା ଙ୍କ ସହ ଏକ ବୈଠକ କରିବେ । ଯେଉଁଠାରେ ଆଗାମୀ ନିର୍ବାଚନ ନେଇ ଦଳୀୟ କର୍ମୀ ଙ୍କ ଗୁରୁମନ୍ତ୍ର ଦେବେ।
ସୂଚନା ଅନୁଯାୟୀ, ୨୫ ତାରିଖ ଦିନ ସୋନପୁର ଗସ୍ତରେ ଆସିଥିଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସୋନପୁରରେ ଆୟୋଜିତ ଏକ ସଭାକୁ ସମ୍ବୋଧନ କରିଥିଲେ । ଏହି ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଆଉ କହିଥିଲେ କି, ଏଥର ରାଜ୍ୟରେ ବିଜେପି ସରକାର ଆସିବ । ତେଣୁ ଆପଣ ମାନେ ବିଜେପିକୁ ଭୋଟ ଦିଅନ୍ତୁ ।

Related posts

୨୨ରୁ ହାଇକୋର୍ଟରେ ଗ୍ରୀଷ୍ମ ଛୁଟି

mahabharatanews

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

mahabharatanews

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ପଦଯାତ୍ରା

mahabharatanews