ଓଡିଶା

ଏୟାର ପୋର୍ଟରେ ନାଗସାପ

ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟ କର୍ତ୍ତୃପକ୍ଷ ନାକେଦମ । ଏୟାରପୋର୍ଟର ବେସିନ ପାଇପ ଭିତରେ ପଶିଥିଲା ନାଗସାପ । ସାପକୁ ବାହାର କରିବାକୁ ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ଦୀର୍ଘ ପରିଶ୍ରମ ପରେ ମିଳିଲାନି ସଫଳତା । ପରେ ଦମକଳ ବାହିନୀ ଆସି ସାପୁ ବେସିନ ପାଇପରୁ ବାହାର କଲା ।
ଗୁରୁବାର ଏକ ନାଗ ସାପ ଏୟାରପୋର୍ଟର ଏମଟି ପୁଲର ବାଥରୁମ ବେସନ ପାଇପରେ ପଶି ମୁଣ୍ଡ କାଢିଥିବା ଜଣେ ଦେଖିଲେ । କର୍ତ୍ତୃପକ୍ଷ ଖବର ପାଇ ସଙ୍ଗେ ସଙ୍ଗେ ସ୍ନେକ ହେଲପ ଲାଇନକୁ ଫୋନ କଲେ । ସ୍ନେକ ହେଲ୍ପ ଲାଇନର ଶୁଭେନ୍ଦୁ ମଲ୍ଲିକ ପହଞ୍ଚି ଯେତେ ଚେଷ୍ଟା କଲେ ମଧ୍ୟ ସାପକୁ ପାଇପରୁ ବାହାରକୁ ବାହାର କରି ପାରି ନ ଥିଲେ । ପରେ ଦମକଳ ବାହିନୀକୁ ସୂଚିତ କରାଗଲା । ଦମକଳ ବାହିନୀ ପାଇପର ଗୋଟିଏ ପଟେ ଗରମ ପାଣି ମାଡ କରିବାରୁ ସାପ ବାହାରିଥିଲା । ଶୁଭେନ୍ଦୁ ସାପକୁ ଧରି ଜଙ୍ଗଲରେ ଛାଡି ଦେଇଥିଲେ ।

Related posts

କଂଗ୍ରେସ ନେତାଙ୍କ ସମେତ ପତ୍ନୀ, କନ୍ୟା କରୋନା ପଜିଟିଭ

mahabharatanews

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା 

mahabharatanews

ରାଜ୍ୟରେ ରହିଛି ପର୍ଯ୍ୟାପ୍ତ ଆଇସୋଲେସନ ୱାର୍ଡ: ଯୋଗୀ

mahabharatanews