ଓଡିଶା

ଶ୍ରୀକ୍ଷେତ୍ରରେ ଆରମ୍ଭ ଭିଡ଼:  ୭୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ 

  (ପୁରୀ) :  ଜୁନ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରୁ ଗଜବେଶରେ ଦର୍ଶନ ଦେବେ ଶ୍ରୀଜିଉ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ବି ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଭିଡ଼ ଲାଗିଥାଏ । ତେବେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭିଡ଼କୁ ନଜରରେ ରଖି ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ୭୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବେ। ଏହି ପୁଲିସ ଫୋର୍ସଙ୍କୁ ବରିଷ୍ଠ ପୁଲିସ ଅଧିକାରୀମାନେ ନିୟନ୍ତ୍ରଣ କରିବେ।

ସୂଚନାନୁସାରେ, ଆଜିଠାରୁ ବଡ଼ଦାଣ୍ଡରେ ବାରିକେଡିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ମରିଚିକୋଟ ଛକରୁ ଭକ୍ତଙ୍କ ପାଇଁ ଧାଡ଼ି ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ସେହି ଅନୁଯାୟୀ ମରିଚିକୋଟ ଛକରୁ ଛାୟାପ୍ରଦ ସେଡ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବାକୁ ଚାହୁଁଥିବା ଭକ୍ତଙ୍କୁ ବାରିକେଡ୍‌ ଭିତରେ ଛାଡ଼ିବାର ବ୍ୟବସ୍ଥା କରାଯାଉଛି। ଏକାଧିକ ଧାଡ଼ିରେ ଭକ୍ତଙ୍କୁ ଛାଡ଼ିବାର ଯୋଜନା ରହିଛି।

Related posts

ସେପ୍ଟେମ୍ବରରେ ଚାଳିବ ଇ-ଯାନ

mahabharatanews

ଆଜି ୨୮୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଆଜି ପଶ୍ଚିମବଙ୍ଗରେ ଭୋଟ ଗଣତି

mahabharatanews