Uncategorized

ସୋମନାଥଙ୍କୁ ପୁରଷ୍କାର

ମୁମ୍ବାଇ: ବଲିଉଡର ଭାଇଜାନ ସାଲମାନ ଖାନଙ୍କୁ ବିମାନବନ୍ଦରରେ ଅଟକାଇ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି ନୟାଗଡର ସିଆଇଏସଏଫ କର୍ମଚାରୀ ସୋମନାଥ ମହାନ୍ତି । ଟାଇଗର-୩ ଫିଲ୍ମର ଶୁଟିଙ୍ଗ ପାଇଁ ଋଷ ଯାଉଥିବା ବେଳେ ସାଲମାନଙ୍କୁ ବିମାନବନ୍ଦର ଏଣ୍ଟ୍ରି ଗେଟରେ ଚେକିଙ୍ଗ ପାଇଁ ଅଟକାଇଥିଲେ ନିୟୋଜିତ ଥିବା ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ସିଆଇଏସଏଫ)ର ଏଏସଆଇ ସୋମନାଥ । ଏହାପରେ ଏହି ଘଟରାକୁ ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା ହେବାରୁ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ସେପଟେ ଏ ଘଟଣାକୁ ନେଇ ସେମନାଥଅଡୁଆରେ ପଡିଯାଇଛନ୍ତି । ସିଆଇଏସଏଫର ପ୍ରୋଟୋକଲ ଭାଙ୍ଗିଥିବା ତାଙ୍କ ବିରୋଧରେ ଅଭିଯୋଗ ଆସିଥିବା ବେଳେ ସିଆଇଏସଏଫ ଏହାକୁ ଖଣ୍ଡନ କରିଛି ।
ମାମଲା ଉପରେ ସୋଶଲ ମିଡିଆରେ ହେଉଥିବା ବିଭିନ୍ନ ଚର୍ଚ୍ଚାକୁ ନେଇ ସିଆଇଏସଏଫ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛି, ‘ଏହି ଟ୍ୱିଟରେ ଦର୍ଶାଇଯାଇଥିଲା କଣ୍ଟେଣ୍ଟ ଭୁଲ ଓ ଏଥିରେ କୌଣସି ସତ୍ୟତା ନାହିଁ। ଅସଲରେ ମାମଲା ସହ ଜଡିତ ଅଧିକାରୀଙ୍କୁ ବୃତ୍ତିଗତତା (ପ୍ରଫେସନାଲିଜିମ) ଦେଖାଇଥିବାରୁ ପୁରସ୍କୃତ କରାଯାଇଛି।’

Related posts

ରାମାୟଣ ଧାରାବାହିକର ସୁଗ୍ରୀବ ଆଉ ନାହାନ୍ତି

mahabharatanews

ଆତଙ୍କବାଦୀ ସଂଗଠନର ୪୬୦ କୋଟି ଟଙ୍କା ଅବରୋଧ କଲା ଆମେରିକା

mahabharatanews

ଆତଙ୍କବାଦୀଙ୍କ ଭଳି ବ୍ୟବହାର କରୁଛନ୍ତି: ଆଜମ ଖାନ

mahabharatanews