ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ବିପର୍ଯୟ ପରେ ଆକ୍ସନ ମୋଡକୁ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ପଞ୍ଜାବରେ ଦଳର ସୋଚନୀୟ ପରାଜୟପରେ ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ସୋନିଆ । ଏହାକୁ ଛାଡିଲେ ଆଉ ୪ ରାଜ୍ୟର କଂଗ୍ରେସ ମୁଖିଆଙ୍କୁ ମଧ୍ୟ ଇସ୍ତଫା ଦେବାକୁ ସୋନିଆ କହିଛନ୍ତି ।
ନିକଟରେ ଏହି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳ ବାହାରିବା ପରେ କଂଗ୍ରେସର ଏପରି ସୋଚନୀୟ ହାରକୁ ବରଦାସ୍ତ କରିପାରିନାହାନ୍ତି ସୋନିଆ, ଯାହାଫଳରେ ଏପରି ନିର୍ଦ୍ଦେସ ଦେଇଛନ୍ତି । ଏପରକି ଦଳ ହାତରେ ପଞ୍ଜାବ ଥାଇ ମଧ୍ୟ ଗାଦିଚ୍ୟୁତ ହୋଇଥିଲା । ଏହାକୁ ନଜର କରି ସୋନିଆ ଗାନ୍ଧି ୫ ରାଜ୍ୟର ମୁଖ୍ୟଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ।
କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ଟ୍ୱିଟ କରି କହିଛନ୍ତି, କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆଜି ପଞ୍ଜାବ, ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରର ପିସିସି ମୁଖ୍ୟମାନଙ୍କୁ ନିଜ ନିଜ ପଦରୁ ଇସ୍ତଫା ଦେବାକୁ କହିଛନ୍ତି । ପିସିସି ପୂନର୍ଗଠନ ପାଇଁ ଏପରି ପଦକ୍ଷେପ ନିଆଯାଇଛି ।
