Uncategorized

ସିନେମା ହଲ ପାଇଁ କେନ୍ଦ୍ର ଜାରି କଲା ଏସଓପି

(ନୂଆଦିଲ୍ଲୀ): କେନ୍ଦ୍ର ସରକାରଙ୍କ ଅନଲକ୍-୫ ନିୟମ ଅନୁଯାୟୀ ଆସନ୍ତା ୧୫ ତାରିଖରୁ ଦେଶରେ ସିନେମା ହଲ ଓ ଥିଏଟର ଖୋଲିବାକୁ ଯାଉଛି । ଏହାକୁ ନେଇ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏସଓପି ଜାରି କରିଛି । ଏହା ଅନୁଯାୟୀ ହଲ ଭିତରେ ୫୦ ପ୍ରତିଶତ ଦର୍ଶକ ସିନେମା ଦେଖିପାରିବେ । ଦୁଇ ଜଣ ଦର୍ଶକଙ୍କ ମଧ୍ୟରେ ଗୋଟିଏ ସିଟ ଫାଙ୍କା ରହିବ । ଫଳରେ ସାମାଜିକ ଦୂରତା ବଜାୟ ରହିବ । ହଲରେ କେବଳ ପ୍ୟାକେଟ ଫୁଡ ମିଳିବ ବୋଲି ଏସଓପିରେ କୁହାଯାଇଛି । ସେହିପରି ସିନେମା ହଲ ଭିତରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବସ୍ଥା ରହିବ । ହଲ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସରକାରଙ୍କ କୋଭିଡ-୧୯ ଗାଇଡଲାଇନକୁ ହଲ ମାଲିକ ଓ ଦର୍ଶକେ ମାନିବାକୁ ବାଧ୍ୟ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । ସୁଚନାଯୋଗ୍ୟ, ଅକ୍ଟୋବର ୧୫ରୁ ସାରା ଦେଶରେ ସିନେମା ହଲ ଖୋଲିବ ବୋଲି ଗତ ୩୦ ତାରିଖରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଘୋଷଣା କରିଥିଲା । ତେବେ କଣ୍ଟେନମେଣ୍ଟ ଜୋନରେ ଆସୁଥିବା ସିନେମା ହଲଗୁଡିକ ବନ୍ଦ ରହିବ ।

Related posts

୧୮ରେ ରଥଯାତ୍ରାକୁ ନେଇ ହେବ ଶୁଣାଣି

mahabharatanews

ରାୟଗଡ ଜିଲ୍ଲା ତରଫରୁ ନୂଆବର୍ଷ ପାଳନ ସହ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ବଣ୍ଟନ

mahabharatanews

ଦିଲ୍ଲୀ ଅଟୋ ଭଡା ବୃଦ୍ଧି ଉପରେ ହାଇକୋର୍ଟଙ୍କ ରୋକ୍

mahabharatanews