ମନୋରଞ୍ଜନ

ପ୍ଲାଷ୍ଟିକ ସର୍ଜରୀ ସମୟରେ ଆଖି ବୁଜିଲେ ମଡେଲ

(ଦିଲ୍ଲୀ) : ପ୍ଲାଷ୍ଟିକ ସର୍ଜରୀ ନେଲା ଜଣେ ୨୯ ବର୍ଷୀୟ ମଡେଲଙ୍କ ଜୀବନ। ବ୍ରାଜିଲିଆନ ମଡେଲ ଲୁନା ଜଣେ ଲୋକପ୍ରିୟ ମଡେଲ ଏବଂ ଅଭିନେତ୍ରୀ ଥିଲେ। ପ୍ଲାଷ୍ଟିକ ସର୍ଜରୀ ସମୟରେ ଅଭିନେତ୍ରୀ ଥରେ ନୁହେଁ ଚାରିଥର ହୃଦଘାତର ଶିକାର ହୋଇଥିଲେ, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ ,  ସାଓ ପାଉଲୋ ନିବାସୀ ଲୁଆନା ଆଣ୍ଡ୍ରାଡେ ଲିପୋସେକ୍ସନ୍ ସର୍ଜରୀ କରାଉଥିଲେ। ଲିପୋସେକ୍ସନ୍ ହେଉଛି ଏକ କସମେଟିକ୍ ସର୍ଜରୀ। ଏହି ସର୍ଜରୀ ବେଳେ ଲୁଆନାଙ୍କର ହୃଦଘାତ ହୋଇଥିଲା। ହୃଦଘାତ ହେବା ଦେଖି ଡାକ୍ତର ସର୍ଜରୀ ବନ୍ଦ କରିଥିଲେ ଓ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ। ହେଲେ ଲଗାତାର ୪ଥର ହୃଦଘାତ ହେବାରୁ ତାଙ୍କର ଦେହାନ୍ତ ହୋଇଯାଇଛି ।

Related posts

ଭାଇରଲ ହେଲା ସନି ଦେଓଲଙ୍କ ପୁଅ-ବୋହୂ ଫୋଟୋ

mahabharatanews

ହଠାତ ଫୁଲିଗଲା ଉର୍ଫିଙ୍କ ଚେହେରା

mahabharatanews

ଦ୍ଵିତୀୟ ଦିନରେ ଫିଲ୍ମ ‘ସତ୍ୟପ୍ରେମ କି କଥା’, ଲାଗୁଛି ଦର୍ଶକଙ୍କ ଭିଡ଼

mahabharatanews