ଓଡିଶା

ମା’ କନ୍ଧୁଣି ଦେବୀ ମହୋତ୍ସବର ଦ୍ୱିତୀୟ ଦିନ

ଯୋଗଦେଲେ ଦକ୍ଷିଣାଞ୍ଚଳ ଆଇଜି ଓ ଏସପି

ସୋରଡା: ସୋରଡାର ଅଧିଷ୍ଠାତ୍ରୀ ଦେବୀ ମାଆ କନ୍ଧୁଣି ଦେବୀଙ୍କ କଣ୍ଟାବିଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାଆ କନ୍ଧୁଣି ଦେବୀ ମହୋତ୍ସବ କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସାଧାରଣ ସଭାରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଏସପି ବ୍ରିଜେଶ ରାୟ, ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଶିବ ପ୍ରସାଦ ଅଧିକାରୀ, ସୋରଡା ନଗରପାଳ ଶିବଶଙ୍କର ପଣ୍ଡା, ଶିବପ୍ରସାଦ ସୁଆର ପ୍ରମୁଖ ମଞ୍ଚାସୀନ ଥିଲେ। ଉତ୍ସବର ପ୍ରଥମ ସନ୍ଧ୍ୟାରେ ସାକ୍ଷୀଗୋପାଳର ଗୋଟିପୁଅ ନୃତ୍ୟ, ନରେନ୍ଦ୍ରପୁରର ରଣପା ପ୍ରଭୃତି ନୃତ୍ୟ ପରିବେଷଣ ହୋଇଥିଲା। ଉତ୍ସବରେ ଶ୍ରୀ ଭୋଇ ପୁଲିସର ବିଭିନ୍ନ ସହାୟତା, ହେଲମେଟ ଓ ସିଟ ବେଲ୍ଟ ପିନ୍ଧିବା ଦ୍ୱାରା ଲାଭ ଓ ଜୀବନ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରି ବୁଝାଇଥିଲେ। ସେହିପରି ଏସପି ଶ୍ରୀ ରାୟ ଏହି ମହୋତ୍ସବ ଦ୍ୱାରା ଅଞ୍ଚଳରେ ଭାଇଚାରା ସହ ସଂସ୍କୃତିର ପରିପୁଷ୍ଟ ପାଇଁ ଏହା ହେଉଛି ମାଧ୍ୟମ ବୋଲି କହିଥିଲେ। ଉତ୍ସବ ସମୟରେ ସୋରଡା ପୁଲିସ ପକ୍ଷରୁ ଭିଡ ନିୟନ୍ତ୍ରଣ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ମହୋତ୍ସବ କମିଟି ସଦସ୍ୟ କୈଳାସ ପଣ୍ଡା, ଦୁର୍ଗାଚରଣ ଶତପଥୀ, ପ୍ରମୋଦ ଅଧିକାରୀ ଲମ୍ବୋଧର ଅଧିକାରୀ, ଶକ୍ତି ପ୍ରସାଦ ମହାପାତ୍ର, ଲମ୍ବୋଧର ପାଣିଗ୍ରାହୀ ଓ ରଜନୀକାନ୍ତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related posts

ରାଜ୍ୟରେ ସ୍ମାର୍ଟ ଓୟେରେ ହେବ ଲାଇସେନ୍ସ କାମ, ଆଉ ଆରଟିଓରେ ଲାଗିବନି ଭିଡ

mahabharatanews

୮ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍

mahabharatanews

ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ,୧୦ ଆହତ

mahabharatanews