(ଚେନ୍ନାଇ) : ଆଖି ବୁଜିଲେ ତାମିଲ ସିନେମାର ପ୍ରସିଦ୍ଧ ଅଭିନେତା ଡାନିଏଲ ବାଲାଜୀ । ଶୁକ୍ରବାର ରାତିରେ ଚେନ୍ନାଇରେ ଦେହାନ୍ତ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା । ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।
ସୂଚନାନୁଯାୟୀ , ଡାନିଏଲ ବାଲାଜୀଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସାଉଥ୍ ସିନେମା ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ୨୯ ମାର୍ଚ୍ଚ ଶୁକ୍ରବାର ଦିନ ଡାନିଏଲ ବାଲାଜୀଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ହୋଇଥିଲା, ପରେ ତାଙ୍କୁ ଚେନ୍ନାଇର କୋଟିଭାକାମ ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି । ଶବ ବ୍ୟବଚ୍ଛେଦ ପରେ ମର ଶରୀରକୁ ତାଙ୍କ ବାସଭବନକୁ ନିଆଯାଇଛି। ମାର୍ଚ୍ଚ ୩୦ରେ ଆଜି ତାଙ୍କର ଅନ୍ତିମ ସଂସ୍କାରରେ କରାଯିବ । ଯେଉଁଠି ଇଣ୍ତଷ୍ଟ୍ରିର ଅନେକ ଅଭିନେତା, ନିର୍ଦ୍ଦେଶକ ଏବଂ ନିର୍ମାତାମାନେ ଯୋଗଦେବା ନେଇ ସୂଚନା ରହିଛି ।
