ଓଡିଶା

କେରଳ ଛୁଇଁଲା ମୌସୁମୀ

(ଭୁବନେଶ୍ୱର) : ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଅର୍ଥାତ ୩୦ ତାରିଖ ଦିନ କେରଳ ଛୁଇଁଛି । ବର୍ତ୍ତମାନ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଭାଗରେ ମୌସୁମୀ ଅଗ୍ରଗତି ଆରମ୍ଭ କରିଛି। ସାଇକ୍ଲୋନିକ୍ ଷ୍ଟର୍ମ ରେମାଲ୍ ଯୋଗୁଁ ଉତ୍ତର-ପୂର୍ବ ଭାରତରେ ବର୍ଷା ଜାରି ରହିଛି , ଯାହା ମୌସୁମୀର ଆଗମନରେ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ସୂଚନାନୁଯାୟୀ , ଏଥର କେରଳରେ ସ୍ୱାଭାବିକଠାରୁ ୬ ପ୍ରତିଶତ ଅଧିକ ବୃଷ୍ଟିପାତ ହେବ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ସମେତ ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି । ସେହିପରି ଜୁନ୍ ୧୨ ତାରିଖରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଏଥର ଦେଶରେ ସ୍ୱଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି ।

 

 

Related posts

ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ବୁଧବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ 

mahabharatanews

କୋଣାର୍କରେ କୋରୋନା ସଂକ୍ରମଣ ନେଇ ସଚେତନତା କାର୍ଯ୍ୟକ୍ରମ

mahabharatanews

ହସ୍ପିଟାଲରେ ନାହାନ୍ତି ଡାକ୍ତର

mahabharatanews