ଓଡିଶା

କୋଣାର୍କ ଦୁଇ ଦିନିଆ ଜାତୀୟ ପର୍ୟ୍ୟଟନ ସମିଳନୀ ଉଦଯାପିତ କଲେ କେନ୍ଦ୍ରୀୟ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

(ଜୟନ୍ତ କୁମାର ସେଠୀ)ଗୋପ: କୋଣାର୍କ ଇକୋ ରିଟ୍ରଟ ଠାରେ ଗତକାଲି ଠାରୁ ଚାଲୁଥିବା ଦୁଇ ଦିନିଆ ଜାତୀୟ ପର୍ୟ୍ୟଟନ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି ଜ୍ଝ ଏହି ଉଦଯାପନୀ ଦିବସରେ କେନ୍ଦ୍ରୀୟ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହଲାଦ ସିଂ ପଟେଲଙ୍କ ସହ ଗୁଜୁରାଟର ପର୍ୟ୍ୟଟନ ମନ୍ତ୍ରୀ ଭାସନ ଭାଇ ଅହୀର ଓ ବିଭିନ ରାଜ୍ୟର ପର୍ୟ୍ୟଟନ ସଚିବ ମାନେ ଯୋଗଦେଇଥିଲେ । ଆଜି ପୂର୍ବାହ୍ନ ୧୧ଟା ସମୟରେ କେନ୍ଦ୍ର ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂ ପଟେଲ କୋଣାର୍କ ଅଭିମୁଖେ ଆସି ପ୍ରଥମେ କୋଣାର୍କ-ପୁରୀ ମେରାଇନ ଡ୍ରାଇଭ ଆୟୋଜିତ ହେଉଥିବା ଇକୋ ରିଟ୍ରିଟକୁ ଗ୍ରସ୍ତ କରିଥିଲେ । ସେଠାରେ କିଛି ସମୟ ଅତିବାହିତ କରି ମାନ୍ୟବର ମନ୍ତ୍ରୀ କୋଣାର୍କ ସୂର୍ୟ୍ୟ ମନ୍ଦିର କଳା କୃତିକୁ ଉପଭୋଗ କରିଥିଲେ ।କୋଣାର୍କ-ପୁରୀ ଭଳି ମନ୍ଦିରର ଐତିହ୍ୟ,ସଂସ୍କୃତି ଆଦିକୁ ଗୁରୁତ୍ବ ଦିଆଯାଇ ଏହାକୁ ସ୍ବତନ୍ତ୍ର ମାନ୍ୟତା ଦିଆଯିବ। ରାଜ୍ୟ ସରକାରଙ୍କ ଦାବି ମୁତାବକ କୋଣାର୍କ ଓ ପୁରୀକୁ ଆଇକୋନିକ ପ୍ଲେସର ମାନ୍ୟତା ଦିଆଯିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି ଓ ପୁରୀ – କୋଣାର୍କ ପରି ଐତିହ୍ୟ ସ୍ଥାନର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି । ଆଜି ଜାତୀୟ ପର୍ଯ୍ୟଟନ ସମ୍ମିଳନୀର ଉଦଯାପନୀ ଦିବସରେ କେନ୍ଦ୍ର ମନ୍ତ୍ରୀ ଯୋଗ ଦେଇ କୋଣାର୍କକୁ ଖୁବ ଶିଘ୍ର ଆଇକନିକ ପ୍ଲେସର ମାନତା ଦିଆଯିବା ସହ ଏଥି ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଦିଆ ଜୀବ ବୋଲି କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀ କହିଛନ୍ତି । ଖୁବ ଶିଘ୍ର ଏହାର କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଏବଂ ଏହା କୋଣାର୍କର ସାମୁହିକ ବିକାଶ ପାଇଁ ଏହା ସହାୟକ ହେବ। ଏହି ସମିଳନୀରେ ଭାରତର ସମସ୍ତ ପର୍ୟ୍ୟଟନ ସ୍ଥଳୀର ବିକାଶ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ସହଯୋଗ କରାଯିବ ବୋଲି ବିଭିନ୍ନ ରାଜ୍ୟରୁ ଆସିଥିବା ପର୍ୟ୍ୟଟନ ସଚିବ ମାନଙ୍କୁ ପ୍ରତିଶୃତି ଦେଇଥିଲେ କ୍ଷ ପରେ କୋଣାର୍କ ସୁରକ୍ଷା ସମିତି ତରଫରୁ ୧୦ ଦଫା ଦାବି ନେଇ ଏକ ଦାବି ପତ୍ର କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀଙ୍କୁ ଦିଆ ଯାଇଛି କ୍ଷ ୧୦ ଦାବି ଭିତରୁ ମୁଖ୍ୟ ଦାବି ହେଲା ଶନିବାର ପ୍ରବେଶ ଶୁକ୍ଳ ଛାଡ କରିବା ଏବଂ ଦ୍ବିତୀୟ ଦାବି ହେଲା ଭବ ନବଗ୍ରହ ମନ୍ଦିର ନିର୍ମାଣ କରାଯିବା । ଉଦଯାପନୀ ଦିବସରେ କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀ ରାଜ୍ୟର ସମସ୍ତ ସଚିବ ମାନଙ୍କ ସହିତ ଆଲୋଚନା କରିବା ସହ ପର୍ୟ୍ୟଟନର ବିକାଶ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଥିଲେ କ୍ଷ

Related posts

ଧର୍ମ ବିରୋଧୀ ଅଭିଯୋଗ ଆଣିଲା ଇସଲାମ ସମ୍ପ୍ରଦାୟ

mahabharatanews

କିଲୋ ପିଛା ୧୦୦ ଟଙ୍କା ଟମାଟୋ ଦର, ଚିନ୍ତାରେ ଗ୍ରାହକ

mahabharatanews

୧୩ଜିଲ୍ଲାରେ ବିଜୁଳି ସହ ବର୍ଷା ସମ୍ଭାବନା

mahabharatanews

Leave a Comment